Odisha Assembly Session: ଓଡ଼ିଶା ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ,ଧାରଣାକୁ ଅନୁମତି ନାହିଁ

Share this:

ଭୁବନେଶ୍ଵର: ଓଡ଼ିଶା ଷୋଡ଼ଶ ବିଧାନସଭା (Assembly) ର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ମୋଟ୍‍ ୨୫ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯାଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ପୁଲିସ୍‍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‍ କରିଛନ୍ତି। ତେବେ କୌଣସି ସଂସ୍ଥାକୁ ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ। ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି।

ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି। ଏହି ଅଧିବେଶନ କାଳରେ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ୍‍ ଆଗତ ଓ ପାରିତ କରିବାକୁ ସରକାର ସ୍ଥିର କରିଛନ୍ତି। କୋଭିଡ୍‍ ମହାମାରୀ (Covid -19 Pandemic) ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ପ୍ରତିହତ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ,ଗତକାଲି ସୁଦ୍ଧା ବିଧାନସଭା ସଦସ୍ୟ, କର୍ମଚାରୀ ଓ ସାମ୍ବାଦିକଙ୍କ ମଧ୍ୟରୁ ୧୮୪ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଶାସକଦଳ ମୁଖ୍ୟସଚେତକ, ୩ଜଣ ମନ୍ତ୍ରୀ, ଉପବାଚସ୍ପତିଙ୍କ ସହ ୮ଜଣ ବିଧାୟକ ଅଛନ୍ତି। ଇତିମଧ୍ୟରେ ୧୧୯୯ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Also Read: Covid19 India: ଭାରତରେ ୧୦ ଲକ୍ଷ କରୋନାରୁ ସୁସ୍ଥ ହେଲେ ମାତ୍ର ୧୧ ଦିନରେ

Share this: