Odisha Weather Report: ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଆସନ୍ତା ୨୨ରୁ ପୁଣି ବୃଦ୍ଧି ପାଇବ ତାପମାତ୍ରା

odisha_weather
Share this:

ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ବର୍ତ୍ତମାନ ବାତ୍ୟା ଅସାନୀ (Cycle Asani) ର ପ୍ରଭାବରେ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆଉ ୩ ଦିନ ପରେ ଅର୍ଥାତ ଆସନ୍ତା ମେ’ ୨୨ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ।ଆସନ୍ତା ରବିବାର ଠାରୁ କାଳବୈଶାଖୀ ପ୍ରକୋପ କମିବା ସହିତ ରାଜ୍ୟରେ ପୁଣି ଗ୍ରୀଷ୍ମଲହରୀ ଫେରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନା ଅନୁସାରେ ଆସନ୍ତା୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏଥିସହିତ ପାଣିପାଗ ବିଭାଗ ତରଫରୁ କଟକ, ଜଗତ୍‍ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ବୌଦରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ଥିବାବେଳେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି।

Read Also | Ganjam News: ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ

Share this:

Leave a Reply

Your email address will not be published. Required fields are marked *