Ganjam News: ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ

taratarini_cm odisha
Share this:

ଗଞ୍ଜାମ: Taratarini temple news today ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଯୋଗ ଦେଇଛନ୍ତି। ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଇଣ୍ଟର ପିଟିସନ ହଲ, ପ୍ରସାଦ ସେବନ ଗୃହ, ମନ୍ଦିର କାର୍ଯାଳୟ, ଭିୟୁ ପଏଣ୍ଟ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଛନ୍ତି।

ମା’ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏଥିସହିତ ୨୮ କୋଟି ଟଙ୍କା ବ୍ୟୟରେ ମନ୍ଦିର ପାର୍ଶ୍ୱବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଓ ୧୫ କୋଟି ଟଙ୍କା ବ୍ୟୟରେ ତାରା ତାରିଣୀଙ୍କ ଚାରିପାଖ ରାସ୍ତାର ଉନ୍ନତିକରଣ ଲାଗି ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ୟାସ କରିଥିଲେ।

ଏଥିରେ ୫ଟି ସଚ୍ଚିବ ଭି କାର୍ତ୍ତିକେୟ ପାଣ୍ଡିଆନ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ରାଜ୍ୟର ବହୁ ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀଗଣ ଯୋଗ ଦେଇଥିଲେ।

Read Also | Corona Cases: ଓଡ଼ିଶାରୁ ଆଜି ୧୩ କୋଭିଡ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *