Corona Cases Odisha: ରାଜ୍ୟରୁ ଆଜି ୧୪ କରୋନା ଚିହ୍ନଟ, ଏପର୍ଯ୍ୟନ୍ତ ନେଲେଣି ୬ କୋଟିରୁ ଅଧିକ ଡୋଜ ଟୀକା

Share this:

ଭୁବନେଶ୍ଵର: Corona Cases Odisha Today ଗତକାଲି ଓଡ଼ିଶାରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଆଜି ରବିବାର ୪ଜିଲ୍ଲାରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ କାଲିପରି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୯ଜଣ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ଵରରୁ ଜଣେ, କଟକରୁ ୩ଜଣ, ଖୋର୍ଦ୍ଧାରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେହିପରି ଦେଶରେ ଏପର୍ଯ୍ୟନ୍ତ ୧୯୧ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍‍ କୋଭିଡ୍‍ ଟିକା ଦିଆଯାଇଛି। ଆଜି ମଧ୍ୟାହ୍ଣ ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍‍ ଟିକା ଦିଆଯାଇଛି।

ରାଜ୍ୟରେ ଏପର୍ଯ୍ୟନ୍ତ ୬ କୋଟି ୬୫ ଲକ୍ଷ ୬୩ ହଜାର ୫୨୩ ଡୋଜ୍‍ କରୋନା ଟିକା ଦିଆଯାଇଛି। ସେଥିମଧ୍ୟରୁ ୩ କୋଟି ୧୧ ଲକ୍ଷ ୮୭ ହଜାର ୭ ଜଣ ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୨ କୋଟି ୮୬ ଲକ୍ଷ ୧୨ ହଜାର ୩୨୨ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୧୫ ଲକ୍ଷ ୩୦ହଜାର ୨୫୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୮ ହଜାର ୩୦୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୯୮୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *