Covid-19 ଯୋଗୁଁ ଟିବି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି କୌଣସି ପ୍ରମାଣ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Share this:

ନୂଆଦିଲ୍ଲୀ: ବର୍ତ୍ତମାନ କେତେକ ଗଣମାଧ୍ୟମ (Media) ରେ ରିପୋର୍ଟ ପ୍ରକାଶ ପାଇଛି ଯେ କୋଭିଡ-୧୯ (Covid-19) ସଂକ୍ରମଣ ଯୋଗୁଁ ଦେଶରେ ଯକ୍ଷ୍ମା (TB) ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି। ପ୍ରତିଦିନ ଏଭଳି ୧୦ରୁ ୧୨ ରୋଗୀ ଟିବିରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଚିକିତ୍ସକମାନେ ଚିନ୍ତାରେ ପଡିଯାଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସବୁ କୋଭିଡ ଆକ୍ରାନ୍ତଙ୍କ ଯକ୍ଷ୍ମା ପରୀକ୍ଷା ଏବଂ ସବୁ ଟିବି ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା ପାଇଁ ସୁପାରିସ୍ କରାଯାଇଛି। ଏସବୁ ପରୀକ୍ଷା କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିବା ସହ ଯଦି କୌଣସି ଘଟଣା ନଜରକୁ ଆସେ ତାହାର ତଥ୍ୟ ଅଗଷ୍ଟ ମାସ ଆରମ୍ଭ ସୁଦ୍ଧା ଜଣାଇବାକୁ କୁହାଯାଇଛି।

ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବହୁବିଧ ମାର୍ଗଦର୍ଶିକା ଓ ପରାମର୍ଶ ରାଜ୍ୟମାନଙ୍କ ପାଇଁ ଜାରି କରାଯାଇଛି। ଏଥିରେ ସମ୍ପୃକ୍ତ ରୋଗୀମାନଙ୍କର ବାଇ-ଡାଇରେକସନାଲ ସ୍କ୍ରିନିଂ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାରେ ପ୍ରତ୍ୟେକ କରୋନା ରୋଗୀଙ୍କ ଟିବି ପରୀକ୍ଷା ଏବଂ ପ୍ରତ୍ୟେକ ଟିବି ରୋଗୀଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିୟମ ପାଳନ କରୁଛନ୍ତି।

କୋଭିଡ କଟକଣା ଜନିତ ପ୍ରଭାବରୁ ୨୦୨୦ରେ ଟିବି ଚିହ୍ନଟ ପ୍ରକ୍ରିୟା ବ୍ୟାହତ ହୋଇଥିଲା। ଫଳରେ ସେହିବର୍ଷ ଟିବି ପରୀକ୍ଷା ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟରୁ ୨୫% ହ୍ରାସ ପାଇଥିଲା। ତେବେ ପରବର୍ତ୍ତୀ ସମୟରେ ଟିବି ପରୀକ୍ଷା କାର୍ଯ୍ୟକ୍ରମ ଓ ବ୍ୟବସ୍ଥାକୁ ଦେଶବ୍ୟାପୀ ବ୍ୟାପକ କରାଯାଉଛି।

କୋଭିଡ ସଂକ୍ରମଣ ଯୋଗୁଁ ଦେଶରେ ଟିବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଯାହା କୁହାଯାଇଛି ତାହାର କୌଣସି ପ୍ରମାଣ ନାହିଁ। ଟିବି ଓ କରୋନା (Coronavirus) ଉଭୟ ସଂକ୍ରାମକ ଏବଂ ଫୁସ୍‌ଫୁସ୍‌କୁ ଆକ୍ରମଣ କରିଥାଏ। ଉଭୟ ରୋଗରେ କାଶ, ଜ୍ୱର, ପ୍ରଶ୍ୱାସ ଦେବାରେ କଷ୍ଟ ଓ କଫ ଆଦିର ଲକ୍ଷଣ ପ୍ରକାଶ ପାଇଥାଏ। ତେବେ ଟିବି ମଣିଷକୁ ସଂକ୍ରମିତ କରିବାକୁ ଅଧିକ ସମୟ ନେଇଥାଏ। ଏହାର ସଂକ୍ରମଣ ଗତି ମନ୍ଥର ଏବଂ ଏହା ମଣିଷକୁ ସମ୍ପୂର୍ଣ୍ଣ ସଂକ୍ରମିତ କରିବାକୁ ଅଧିକ ସମୟ  ନିଏ।

ଏହା ବ୍ୟତୀତ ଟିବି ଜୀବାଣୁ (ବେସିଲି) ମଣିଷ ଶରୀରରେ ସୁପ୍ତ ଅବସ୍ଥାରେ ରହିପାରେ। ଯେତେବେଳେ ମଣିଷର ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ହୁଏ, ସେତିକିବେଳେ ଏହା ସକ୍ରିୟ ହୋଇ ରୋଗ ସୃଷ୍ଟି କରିଥାଏ। କରୋନା ବା କୋଭିଡ-୧୯ ପରିବର୍ତ୍ତୀ କ୍ଷେତ୍ରରେ ସଂକ୍ରମଣର ପର୍ଯ୍ୟାୟ ମଧ୍ୟ ଏକା ପ୍ରକାରର। ଭୂତାଣୁ ପ୍ରଭାବରେ କୋଭିଡ ସଂକ୍ରମିତଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ କିମ୍ବା ଚିକିତ୍ସା ଅଥବା ଷ୍ଟିରଏଡ୍ ଭଳି ଇମ୍ୟୁନୋ ସପ୍ରେସାଣ୍ଟ ବ୍ୟବହାର ଫଳରେ ପ୍ରତିରୋଧ ଶକ୍ତି କମିଯାଇପାରେ।

କିନ୍ତୁ ସାର୍ସ-କୋଭ-୨ ସଂକ୍ରମଣ ଦ୍ୱାରା ମଣିଷ ଟିବି ଦ୍ୱାରା  ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ଏହାର କାରଣ ହେଲା ବ୍ଲାକ ଫଙ୍କସ୍ ବା କବକ ଭଳି ଟିବି ବା ଯକ୍ଷ୍ମା ମଧ୍ୟ ଏକ ସୁବିଧାବାଦୀ ସଂକ୍ରାମକ ରୋଗ, ଯାହା ସୁଯୋଗ ପାଇଲେ ଆକ୍ରମଣ କରେ।

Also Read | ଟୀକା ନେବାପରେ corona ଜନିତ ମୃତ୍ୟୁ ହେବାର ଆଶଙ୍କା ୯୫ ପ୍ରତିଶତ ହ୍ରାସ କରେ: ଡକ୍ଟର ଭି.କେ ପଲ

[amazon_auto_links id=”9939″]

Share this: