Coronavirus: ଓଡ଼ିଶାରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୫ ହଜାର ପାର, ପୁଣି ୬୬ ଜଣଙ୍କ ମୃତ୍ୟୁ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ କରୋନା (Coronavirus)  ଜନିତ ମୋଟ ମୃତ୍ୟୁସଂଖ୍ୟା ୫ ହଜାରରୁ ଅଧିକ ହୋଇଛି। ପୁଣି କରୋନା ଆଉ ୬୬ଜଣଙ୍କ ଜୀବନ ନେଇଛି। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମରୁ ୮ଜଣ ଥିବାବେଳେ ମୟୁରଭଞ୍ଜ ଏବଂ ସୁନ୍ଦରଗଡରୁ ୬ଜଣ ଲେଖାଏଁ  ମୃତ୍ୟୁବରଣ କରିଛନ୍ତି। ବୌଦରୁ ୫ଜଣ ମୃତ୍ୟୁବରଣ କରିଛନ୍ତି। ବରଗଡ଼ ଏବଂ ନୟାଗଡରୁ ୩ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଗଜପତି, କେନ୍ଦ୍ରାପଡ଼ା ଏବଂ ପୁରୀରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ, ବଲାଙ୍ଗୀରି, ଜଗତସିଂପୁର, ଯାଜପୁର, ରାୟଗଡା ଏବଂ କନ୍ଧମାଳ  ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୦ ଲକ୍ଷ ୬୬ହଜାର ୫୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୪ହଜାର ୩୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୪୦୦ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୨୭ ହଜାର ୯୨୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୨୮୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | School Reopening:ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ

Share this: