Weather Report: ଆଜି ସୃଷ୍ଟି ହେଉଥିବା ଲଘୁଚାପ,୧୧ରେ ଓଡ଼ିଶା ଛୁଇଁବ
ଭୁବନେଶ୍ଵର: ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୧୧ତାରିଖରେ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡିଛି। ଏହାର ପ୍ରଭାବରେ ମାଲକାନଗିରି,
କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗସିଂହପୁର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here◆
Also Read |Baba Ka Dhaba ସୋସିଆଲ ମିଡିଆରେ Viral ଖାଦ୍ୟର ସ୍ୱାଦ ନେବାକୁ ଲମ୍ବା ଲାଇନ, Zomato ରେ ମିଳବ ଖାଦ୍ୟ