NEET: ନିଟ୍ ପରୀକ୍ଷା ଫଳ ପ୍ରକାଶିତ; ଓଡ଼ିଶାର ସୋଏବ ଅଫତାବ୍ ଟପ୍ପର
ରାଉରକେଲା : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (National Testing Agency) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।
ଓଡ଼ିଶାର ୧୮ବର୍ଷୀୟ ସୋଏବ ଅଫତାବ୍ (Shoyeb Aftab) ଟପ୍ପର ହୋଇଛନ୍ତି। ସେ ମୋଟ ମାର୍କ ୭୨୦ରୁ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ସୋଏବ ରାଉରକେଲା (Rourkela) ର ହୋଇଥିବା ଜଣାପଡିଛ। ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ପଠପଢା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାରେ ଏକ କୋଚିଂ ସେଣ୍ଟରରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।
I thank @DG_NTA for giving a new cohort of Doctors this year. Exams were conducted during "testing" times and the spirit of Cooperative Federalism was clearly visible. I thank all the Chief Ministers for the same. #NEETResult2020 #NEET2020#NEETUG @PIB_India @DDNewslive pic.twitter.com/OEkoOJSWSS
— Dr. Ramesh Pokhriyal Nishank (@DrRPNishank) October 16, 2020
Also Read | FAO: କରୋନା କାଳରେ ୮୦ କୋଟି ଗରିବ ମାଗଣା ରାସନ ପାଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ; ୭୫ ଟଙ୍କିଆ ମୁଦ୍ରା ଜାରି