Corona News Odisha: ଆଜି ରାଜ୍ୟରେ ୧୯୦୮ ଜଣ କରୋନାରୁ ହେଲେ ମୁକ୍ତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୧ ହଜାର ୯୦୮ ଜଣ କରୋନା (Corona Virus) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୩୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୨୨ ଜଣ, କଟକରୁ ୧୦୦ ଜଣ, ଅନୁଗୋଳରୁ ୧୨୬ ଜଣ, ବରଗଡ଼ରୁ ୩୭ ଜଣ, ଯାଜପୁରରୁ ୪୮ ଜଣ, ମୟୁରଭଞ୍ଜରୁ ୮୦ ଜଣ, ଭଦ୍ରକରୁ ୨୫ ଜଣ, ବାଲେଶ୍ଵରରୁ ୮୯ ଜଣ, ଢେଙ୍କାନାଳରୁ ୪୯ ଜଣ, ପୁରୀରୁ ୪୭ ଜଣ, ଜଗତସିଂପୁରରୁ ୭୩ ଜଣ, ରାୟଗଡାରୁ ୩୪ ଜଣ, ଗଞ୍ଜାମରୁ ୨୦ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୪୫ ଜଣ, ନୟାଗଡରୁ ୩୦ ଜଣ, ସୋନପୁରରୁ ୩୭ ଜଣ, ବଲାଙ୍ଗୀରରୁ ୯୬ ଜଣ, ସୁନ୍ଦରଗଡରୁ ୧୭୦ ଜଣ, ଝାରସୁଗୁଡାରୁ ୫୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୫ ଜଣ, କେନ୍ଦ୍ରାପଡା ୧୦୨ ଜଣ, କୋରାପୁଟରୁ ୩୩ ଜଣ, କେଉଁଝରରୁ ୪୨ ଜଣ, କନ୍ଧମାଳରୁ ୪୨ ଜଣ, ନୂଆପଡ଼ାରୁ ୬୮ ଜଣ, କଳାହାଣ୍ଡିରୁ ୭୬ ଜଣ, ବୌଦ୍ଧରୁ ୩୨ ଜଣ, ମାଲକାନଗିରି ଜିଲ୍ଲାରୁ ୩୫ ଜଣ, ଦେଓଗଡରୁ ୪ ଜଣ,ଗଜପତି ଜିଲ୍ଲାରୁ ୫ ଜଣ ଏବଂ ଷ୍ଟେଟ୍ ପୁଲରୁ ୪୧ ଜଣ ସୁସ୍ଥ ହୋଇଛନ୍ତି।

Also Read| Covid-19 Vaccine: ଖୁବ ଶୀଘ୍ର Covaxin ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭୁବନେଶ୍ୱରରେ

Share this: