ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ; କଥା ହେଲେ ପ୍ରଧାନମନ୍ତ୍ରୀ

Share this:

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଚା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ତାଙ୍କୁ ଟୁଇଟ୍‍ କରି କହିଛନ୍ତି।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ କହିଛନ୍ତି। ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ନିକଟରେ ସେ ସବୁବେଳେ ଋଣୀ ବୋଲି ସେ କହିଛନ୍ତି। ଗତ ୮ମାସ ହେବ କୋଭିଡ ଯୋଗୁଁ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛେ, ତେଣୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଯାଇ ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଓ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Also Read| Age of Marriage: ଝିଅମାନଙ୍କ ପାଇଁ ଉପଯୁକ୍ତ ବିବାହ ବୟସ କେତେ ? ପ୍ରଧାନମନ୍ତ୍ରୀ ଏହା କହିଛନ୍ତି…

Share this: