Dhenkanal Corona Report: ଆଜି ଢେଙ୍କାନାଳ ଜିଲ୍ଲାରୁ ୪୪ଜଣ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଉ ନୂଆ ୪୪ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୦ ଏବଂ ହସ୍ପିଟାଲରୁ ୪ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମିନାବଜାରରୁ ୭ଜଣ  ଥିବାବେଳେ ଜଗନ୍ନାଥ ରୋଡ଼, ଷ୍ଟେସନ୍ ବଜାର, କୁଞ୍ଜକାନ୍ତ, କଣ୍ଟାନାଳି, ଗାୟତ୍ରୀ ନଗର  ଏବଂ ଜେଲ କଲୋନୀରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବ୍ରାହ୍ମଣିଆପାଳରୁ ୩ଜଣ, ବାଲିକିଆରୀରୁ ୨ଜଣ ଲେଖାଏଁ ଥିବାବେଳେ ଚିତଲପୁର, ବେଡ଼ାପଡା, ବାଉଁଶପୋଖରୀ, ଧୋବଣୀନଦର, ରାସୋଳ, ଠୋକର  ଏବଂ କଡଲାରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୭ଜଣ ଚିହ୍ନଟଙ୍କ ମଧ୍ୟରୁ ଓସ୍ତପାଳ, କାଣ୍ଡବିନ୍ଧା, ବଳରାମପୁର, କାଉଁରିଆପାଳ, କୋଟବେରେଣା, ଗୋବିନ୍ଦପ୍ରସାଦ ଏବଂ ଚାଇଁପୁରପାଟଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ନଚିପୁରା, ଚାଉଳିଆ, କତକମରା  ଏବଂ କାଇମାଟିରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକରରୁ ୩ଜଣଙ୍କ ମଧ୍ୟରୁ ଲତାବାଇସିଂଆ, ଅତିଣ୍ଡା ଏବଂ ଯୋରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୨ଜଣଙ୍କ ମଧ୍ୟରୁ ଅଘିରାଗୋଡା ଏବଂ ମୋତ୍ତାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୮୦୮ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୬୩ ହଜାର ୪୫୪ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୩୭୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୬୪୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୩୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha Lockdown: ରାଜ୍ୟରେ ବଢିଲା ୧ଅଗଷ୍ଟ ପର୍ଯ୍ୟନ୍ତ ଆଂଶିକ ଲକଡାଉନ

Share this: