Kulgam Encounter: କୁଲଗାମରେ ୨ ଆତଙ୍କବାଦୀ ମୃତ

Share this:

କୁଲଗାମ: ଜାମ୍ମୁ କାଶ୍ମୀର(Jammu Kashmir) ର କୁଲଗାମ (Kulgam) ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀକ ମଧ୍ୟରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁକୁ କାଶ୍ମୀର ଜୋନ୍ ପୋଲିସ ନିଶ୍ଚିତ କରିଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ କାର୍ଯ୍ୟ ଜାରି ରହିଛି। ଆହୁରି ଅନେକ ଆତଙ୍କବାଦୀ ଏଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

ଖବର ଅନୁସାରେ ଆଜି ସକାଳେ କୁଲଗାମର ଚିଙ୍ଗାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଥିଲା। ଏହା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତା’ପରେ ଆତଙ୍କବାଦୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ଏବଂ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Also Read | SVAMITVA Scheme: ଅକ୍ଟୋବର ୧୧ରୁ ‘ସ୍ଵାମିତ୍ଵ’ ଯୋଜନା ଲାଗୁ

Share this: