Odisha Covid19: ଆଜି ନୂଆ ୨୮୫୪ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୨ ହଜାର ୮୫୪ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୯୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୯୩ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୯ ଜଣ, କଟକରୁ ୨୪୪ ଜଣ, କନ୍ଧମାଳ ଜିଲ୍ଲାରୁ ୪୫ ଜଣ, କୋରାପୁଟରୁ ୪୬ ଜଣ, କେନ୍ଦ୍ରାପଡ଼ାରୁ ୯୧ ଜଣ, କେଉଁଝରରୁ ୬୭ ଜଣ ଓ କଳାହାଣ୍ଡିରୁ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୦୫ ଜଣ, ସୁନ୍ଦରଗଡ଼ରୁ ୧୪୩ ଜଣ ଓ ସୋନପୁର ଜିଲ୍ଲାରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୯୯ ଜଣ, ଜଗତସିଂହପୁରରୁ  ୬୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୬୮ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୫ ଜଣ, ବାଲେଶ୍ଵରରୁ ୯୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯୭ ଜଣ, ବୌଦ୍ଧରୁ ୨୦ ଜଣ ଏବଂ ଭଦ୍ରକରୁ ୬୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୧୪  ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୫ ଜଣ, ନବରଙ୍ଗପୁରରୁ ୯୨ ଜଣ ଓ ନୂଆପଡ଼ାରୁ ୮୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୪୩ ଜଣ, ଦେଓଗଡରୁ ୧୬ ଜଣ, ରାୟଗଡାରୁ ୨୯ ଜଣ, ଅନୁଗୋଳରୁ ୧୩୧ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୨୭ ଜଣ ଏବଂ ମାଲକାନଗିରିରୁ ୬୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୮୮ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୭ ଲକ୍ଷ ୧୦ ହଜାର ୫୯୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୪୯ ହଜାର ୬୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୨୪୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read |Covid: କରୋନା ଚିକିତ୍ସା ପାଇଁ ଯୋଗ ଏବଂ ଆୟୁର୍ବେଦିକକୁ ସରକାରଙ୍କ ଅନୁମୋଦନକୁ ନେଇ IMA ଅସନ୍ତୋଷ

Share this: