ଛତର ଯାତ୍ରାରେ ପଶୁବଳି ନିଷେଧ କରିବା ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ସୁପ୍ରୀମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ

Share this:

କଳାହାଣ୍ଡି: କଳାହାଣ୍ଡି (Kalahandi) ଜିଳ୍ଲାର ଭବାନୀପାଟଣାଠାରେ ଥିବା ମା’ ମାଣିକେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା (Chhatar Jatra) ସମୟରେ ପଶୁବଳି ନିଷେଧ କରିବା ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ହାଇକୋର୍ଟ (High Court)ଙ୍କ ପୂର୍ବ ଆଦେଶ ଉପରେ ସୁପ୍ରୀମକୋର୍ଟ (Supreme Court) ମଧ୍ୟବର୍ତ୍ତୀ କାଳୀନ ରହିତାଦେଶ ଜାରି କରିଛନ୍ତି।

ଆଜିଠାରୁ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଉତ୍ସବ ଆରମ୍ଭ ହୋଇଥିବାରୁ ଏ ସଂକ୍ରାନ୍ତ ଆବେଦନର ଶୀଘ୍ର ଶୁଣାଣି କରି ମାଣିକେଶ୍ୱରୀ ମନ୍ଦିରରେ ଶହ ଶହ ବର୍ଷଧରି ପ୍ରଥା ଓ ପରମ୍ପରା ଭାବରେ ଚାଲିଆସୁଥିବା ପୂଜାନୀତି ପାଳନ କରିବାପାଇଁ ଅନୁମତି ଦେବାକୁ ସୁପ୍ରୀମକୋର୍ଟଙ୍କ ନିକଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବା ନେଇ ଆବେଦନକାରୀ ନିବେଦନ କରିଥିଲେ। ସୁପ୍ରୀମକୋର୍ଟ ମୁଖ୍ୟ ବିଚାରପତି ଏସ୍‍.ଏ. ବୋବ୍‍ଡେ (Sharad Arvind Bobde ) ଙ୍କ ସମେତ ଅନ୍ୟ ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି।

Also Read | Odisha Covid19: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୨୧୯୬ ଜଣ ଚିହ୍ନଟ

Share this: