Covid19 India: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି, କାରଣ କହିଲେ ସରକାର

Share this:

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ୮୨ ହଜାର ୭୫୩ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା  ୭୩ ହଜାର ୨୭୨ ରହିଛି। ଏଥିସହିତ ୯୨୬ ଜଣ ପ୍ରାଣ ହରେଇଛନ୍ତି।

ଭାରତରେ କରୋନା (Covid-19) ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮ଲକ୍ଷ ୮୩ ହଜାର ୧୮୫ ରହିଛି। ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୯୪%। ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି। ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୫୯ ଲକ୍ଷ ୮୮ ହଜାର ୮୨୩  ରହିଛି। ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ୫୦ ଲକ୍ଷକୁ ପାର କରିଛି।

ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି। ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ୮୫.୫୨%ରେ ପହଞ୍ଚି ପାରିଛି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

କ୍ରମାଗତ ତୃତୀୟ ସପ୍ତାହରେ ସୁସ୍ଥ ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାରୁ ଅଧିକ ରହିପାରିଛି। ଏହି ତିନି ସପ୍ତାହରେ ନୂଆ ପଜିଟିଭ୍ ସଂଖ୍ୟା କ୍ରମେ ନିମ୍ନମୁଖୀ ହେବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ଟେଷ୍ଟିଂ, ଟ୍ରାକିଂ, ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ ଏବଂ ବେସରକାରୀ ହସପିଟାଲ ଗୁଡ଼ିକରେ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଗ୍ରହଣ କରିବା ଏବଂ ହୋମ୍ ଆଇସୋଲେସନ ନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗ୍ରହଣ କରିବାରୁ ଏହା ସମ୍ଭବ ହୋଇପାରିଛି।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୫ ପ୍ରତିଶତ ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ଏହା ମହାରାଷ୍ଟ୍ର (Maharashtra), କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା (Odisha), ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରୁ ଆସିଛନ୍ତି।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ୧୫ ହଜାର ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ୍ ମାମଲା ଅର୍ଥାତ୍, ୧୩ ହଜାର ସାମନାକୁ ଆସିଛି। ଏହା ପଛକୁ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ମାମଲା ଆସିଛି ।

ଆମୋଦପ୍ରମୋଦ ପାର୍କକୁ ଏବେ ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି। ଏସବୁ ପାର୍କ ଏବଂ ସେହିପରି ସ୍ଥାନ ଗୁଡ଼ିକରେ କୋଭିଡ-୧୯ ର ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ’ଣ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସ୍ୱତନ୍ତ୍ର ଏସଓପି ଜାରି କରିଛି।

Also Read | TV ନିୟୁଜ ଚ୍ୟାନେଲଗୁଡିକ TRP ନାଁରେ ଆପଣଙ୍କୁ ବୋକା ବନାଉଛନ୍ତି, ଓଡ଼ିଆ ଦର୍ଶକ କଣ ଦେଖିବେ ଅଣଓଡିଆ ଠିକ୍ କରିବେ

Share this: