Weather Report: ଅକ୍ଟୋବର ୧୮ରେ ପୁଣି ଲଘୁଚାପ

Share this:

ଭୂବନେଶ୍ଵର: ଆଣ୍ଡାମାନ୍‍ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ପ୍ରତିବର୍ଷ ପ୍ରାୟ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ବାୟୁ ଓଡ଼ିଶାରୁ ଅପସରି ଯାଇଥାଏ।

ଲଗାତର ଭାବେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାବେଳେ ଚଳିତମାସ ଶେଷ ଆଡକୁ ମୌସୁମୀବାୟୁ ଓଡ଼ିଶା ଛାଡି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ଆଣ୍ଡାମାନ୍‍ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ଆଜି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୧ ତାରିଖ ସଂଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଆସନ୍ତା ୧୮ ତାରିଖରେ ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

Also Read |TV ନିୟୁଜ ଚ୍ୟାନେଲଗୁଡିକ TRP ନାଁରେ ଆପଣଙ୍କୁ ବୋକା ବନାଉଛନ୍ତି, ଓଡ଼ିଆ ଦର୍ଶକ କଣ ଦେଖିବେ ଅଣଓଡିଆ ଠିକ୍ କରିବେ

Share this:

Leave a Reply

Your email address will not be published. Required fields are marked *