India Covid-19: କୋଭିଡ୍‍ ଆରୋଗ୍ୟ ହାର ୯୪.୯୮ ପ୍ରତିଶତକୁ ବୃଦ୍ଧି ପାଇଛି

Share this:

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ (Covid-19) ଆରୋଗ୍ୟ ହାର ୯୪.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତକାଲି ୩୦ ହଜାର ୬୦୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୯୩ ଲକ୍ଷ ୮୮ ହଜାର ୧୫୯ରେ ପହଞ୍ଚିଛି। ଗତକାଲି ଆଉ ୨୭ ହଜାର ୬୫ ଜଣ ନୂଆ କୋଭିଡ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି।

ଏଥିସହିତ ଦେଶରେ ମୋଟ୍‍ ସଂକ୍ରମଣ ୯୮ ଲକ୍ଷ ୮୪ ହଜାର ପାର କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ୩୫୪ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି। ଫଳରେ ଦେଶରେ କୋଭିଡ୍‍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୭୦୯ ରେ ପହଞ୍ଚିଛି।

Also Read| Uttar Pradesh: ବୋହୂର ନିର୍ଯ୍ୟାତନାରେ ଅସୁବିଧା ଭୋଗୁଥିବା ବୃଦ୍ଧା; ତାଙ୍କ ସମ୍ପତ୍ତି ପିଏମ ମୋଦୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି

Share this:

Leave a Reply

Your email address will not be published. Required fields are marked *