TV ASCI Guidelines: ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାରଙ୍କ ମାର୍ଗଦର୍ଶିକା

Share this:

● ଅନଲାଇନ ଗେମିଂ ଓ ଫାଣ୍ଟାସି ସ୍ପୋର୍ଟସ କ୍ଷେତ୍ରରେ ଏଏସସିଆଇର ଦିଶାନିର୍ଦ୍ଦେଶ ପାଳନ କରାଯାଉ

● ଏପରି ସମସ୍ତ ବିଜ୍ଞାପନରେ ବାଧ୍ୟତାମୂଳକ ଭାବେ ସତର୍କ ସୂଚନା ଦେଖାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲରେ (Television Channel)ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ (Online Gaming), ଫାଣ୍ଟାସି ସ୍ପୋର୍ଟସ (Fantasy Sports) ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ASCI) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏହି ମାର୍ଗଦର୍ଶିକାର ପାଳନ କରିବା ଲାଗି କୁହାଯାଇଛି। ବିଧି ଓ ଆଇନ ଦ୍ୱାରା ନିଷିଦ୍ଧ କୌଣସି ପ୍ରକାରର ଗତିବିଧିକୁ ଏପରି ବିଜ୍ଞାପନ ପ୍ରୋତ୍ସାହିତ କରିବା ଅନୁଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ “ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ଉପରେ ବହୁସଂଖ୍ୟକ ବିଜ୍ଞାପନ ଟେଲିଭିଜନ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏ ସମ୍ପର୍କରେ ଚିନ୍ତା ବ୍ୟକ୍ତ କରାଯାଇଛି ଯେ ଏପରି ବିଜ୍ଞାପନ ଭ୍ରମାତ୍ମକ ପ୍ରତୀୟମାନ ହେଉଛି, ଗ୍ରାହକମାନଙ୍କୁ ଏହା ସହ ଜଡ଼ିତ ଆର୍ଥିକ ଓ ଅନ୍ୟ ବିପଦ ବିଷୟରେ କୁହାଯାଉ ନାହିଁ। ତେଣୁ କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଏବଂ ଉପଭୋକ୍ତା ସଂରକ୍ଷଣ ଆଇନ, ୨୦୧୯ ଅନ୍ତର୍ଗତ ନିର୍ଦ୍ଧାରିତ ବିଜ୍ଞାପନ କୋଡକୁ ଏଥିରେ କଡ଼ାକଡ଼ି ଭାବେ ପାଳନ କରାଯାଇନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

Related Post|TV ନିୟୁଜ ଚ୍ୟାନେଲଗୁଡିକ TRP ନାଁରେ ଆପଣଙ୍କୁ ବୋକା ବନାଉଛନ୍ତି, ଓଡ଼ିଆ ଦର୍ଶକ କଣ ଦେଖିବେ ଅଣଓଡିଆ ଠିକ୍ କରିବେ

ଏଏସସିଆଇର ଗାଇଡଲାଇନ ଅନୁଯାୟୀ, ଏପରି ପ୍ରତ୍ୟେକ ଗେମିଂ ବିଜ୍ଞାପନ ସହିତ ସତର୍କ ସୂଚନା ରହିବା ଆବଶ୍ୟକ: “ଏହି ଗେମରେ ଆର୍ଥିକ ବିପଦର ଏକ ତତ୍ତ୍ୱ ସାମିଲ ରହିଛି ଏବଂ ଏହାର ନିଶା ମଧ୍ୟ ହୋଇପାରେ। ଦୟାକରି ଉତ୍ତରଦାୟିତ୍ୱର ସହ ଏବଂ ନିଜର ରିସ୍କ ଅନୁଯାୟୀ ହିଁ ଏହାକୁ ଖେଳନ୍ତୁ”। ଏପରି ଚେତାବନୀକୁ ବିଜ୍ଞାପନରେ ଅତିକମରେ ୨୦ ପ୍ରତିଶତ ସ୍ଥାନ ଦେବା ଆବଶ୍ୟକ।

ଏହି ଦିଶାନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ ବୟସର ୟୁଜର୍ସ ପାଇଁ “ଅସଲ ଟଙ୍କା ଜିତିବା ଲାଗି ଅନଲାଇନ ଗେମିଂ” ଖେଳ ଖେଳିବା ବୋଲି ଦର୍ଶାଯାଇପାରିବ ନାହିଁ। ଏହା ମଧ୍ୟ ଦର୍ଶାଯାଇପାରିବ ନାହିଁ ଯେ ଏପରି ୟୁଜର୍ସ ଏହି ଗେମ ଖେଳିପାରିବେ। ଅନଲାଇନ ଗେମିଂ ରୋଜଗାରର ବିକଳ୍ପ ପ୍ରଦାନ କରିଥାଏ ଏବଂ ଏଗୁଡ଼ିକୁ ଖେଳୁଥିବା ଲୋକ ଅନ୍ୟମାନଙ୍କ ଠାରୁ ଅଧିକ ସଫଳ ହୋଇଥାନ୍ତି ବୋଲି ମଧ୍ୟ ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ।

Also Read| BTS 2020: ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ: ପ୍ରଧାନମନ୍ତ୍ରୀ ମୋଦୀ

Share this: