Covid19 Odisha: ଆଜି ଓଡ଼ିଶାରୁ ୮୦୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ୮ ହଜାର ୧୫ ଜଣ କରୋନା (Corona Virus)  ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪୪୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ସର୍ବାଧିକ ୬୦୨ଜଣ କରୋନା ପଜିଟିଭ ଚିହ୍ନଟ, ବଢିଲା ଚିନ୍ତା

ଆଜି ସର୍ବାଧିକ ୧୨୭୫ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୨୫ଜଣ, ବାଲେଶ୍ଵରରୁ ୧୦୦ଜଣ, ବରଗଡ଼ରୁ ୩୯୦ଜଣ, ଭଦ୍ରକରୁ ୧୪୫ଜଣ, ବଲାଙ୍ଗୀରିରୁ ୧୯୮ଜଣ, ବୌଦ୍ଧରୁ ୧୦୩ଜଣ, କଟକରୁ ୪୮୨ଜଣ, ଦେଓଗଡ଼ରୁ ୧୦୧ଜଣ, ଢେଙ୍କାନାଳରୁ ୮୬ଜଣ, ଗଜପତିରୁ ୧୨୦ଜଣ, ଗଞ୍ଜାମରୁ ୧୬୯ଜଣ, ଜଗତସିଂପୁରରୁ ୧୪୯ଜଣ, ଯାଜପୁରରୁ ୧୯୪ଜଣ, ଝାରସୁଗୁଡାରୁ ୩୮୬ଜଣ, କଳାହାଣ୍ଡିରୁ ୧୭୪ଜଣ, କନ୍ଧମାଳରୁ ୬୧ଜଣ, କେଉଁଝରରୁ ୭୫ଜଣ, କୋରାପୁଟରୁ ୧୨୭ଜଣ, କେନ୍ଦ୍ରାପଡ଼ାରୁ ୭୦ଜଣ, ମୟୁରଭଞ୍ଜରୁ ୧୯୯ଜଣ, ମାଲକାନଗିରିରୁ ୩୬ଜଣ, ନବରଙ୍ଗପୁରରୁ ୩୨୦ଜଣ, ଡ଼ରୁ ୧୮୭ଜଣ, ନୂଆପଡ଼ାରୁ ୨୬୪ଜଣ, ପୁରୀରୁ ୩୦୬ଜଣ, ରାୟଗଡାରୁ ୧୫୪ଜଣ, ସମ୍ବଲପୁରରୁ ୪୪୧ଜଣ, ସୋନପୁରରୁ ୨୦୭ଜଣ, ସୁନ୍ଦରଗଡ଼ରୁ ୭୩୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧ଲକ୍ଷ ୮୦ହଜାର ୬୭୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୬୨ ହଜାର ୬୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୬୩୪ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୯୧ ହଜାର ୪୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯ହଜାର ୪୫୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ସୁପ୍ରିମକୋର୍ଟ ସରକାରଙ୍କୁ ପଚାରିଲେ କରୋନା ଟିକା କିଣିବା ପାଇଁ ଗରିବ ଲୋକ କେଉଁଠୁ ଟଙ୍କା ପାଇବେ?

Share this: