Coal Block Scam: ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟ ଦୋଷୀ :CBI Court

Share this:

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ) : କୋଇଲା ବ୍ଲକ (Coal Block) ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ (CBI) କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟ (Dillip Ray)ଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ଶୁଣାଣିରେ ଦଣ୍ଡାଦେଶ ଘୋଷଣା ହେବ।

ସୂଚନଯୋଗ୍ୟ, ୧୯୯୯ରେ ବାଜପେୟୀ ସରକାରରେ ଦିଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା। ଏହି ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ବାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି (IPC) ଧାରା ୧୨୦ (B) ଅପରାଧିକ ଷଡଯନ୍ତ୍ର, ୪୨୦ ଠକେଇ, ୪୦୯ ବିଶ୍ଵାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍‌ ଆକ୍ଟର ବିଭିନ୍ନ ଧାରା କୋର୍ଟ ଲଗାଇଥିଲେ।

Also Read : Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

Share this: