JEE Main Exam April 2021: ବଢୁଥିବା କରୋନା ପାଇଁ JEE ମେନ ପରୀକ୍ଷା ସ୍ଥଗିତ

Share this:

ନୂଆଦିଲ୍ଲୀ: କରୋନା ବଢୁଥିବା ମାମଲା ମଧ୍ୟରେ JEE ମେନ୍ ପରୀକ୍ଷା ଏପ୍ରିଲ୍ ୨୦୨୧ (JEE Main Exam April 2021) କୁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ କରୋନାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ JEE Main 2021 ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କ କ୍ୟାରିୟର ଆମର ପ୍ରଥମ ପ୍ରାଥମିକତା।

୨୦୨୧ ଜେଇଇ (Main) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି (National Testing Agency) ଘୋଷଣା କରିଛି। ଚଳିତ ମାସ ୨୭, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ଜେଇଇର ତୃତୀୟ ତଥା ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି।

ଏହି ପରୀକ୍ଷା ପୁଣି କେବେ ଅନୁଷ୍ଠିତ ହେବ ସେ ନେଇ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜଣାଇବେ। ପରୀକ୍ଷା ହେବାର ଅନ୍ତତଃ ୧୫ ଦିନ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା ସଂସ୍ଥା କହିଛି। ପୂର୍ବରୁ ୨୦୨୧ର ଚାରି ସେସନ ବିଶିଷ୍ଟ ଜେଇଇ ମେନ ପ୍ରବେଶିକା ପରୀକ୍ଷାର ଦୁଇଟି ପର୍ଯ୍ୟାୟ ଶେଷ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ଫେବୃଆରୀ ୨୩ରୁ ୨୬ ଓ ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୬ରୁ ୧୮ ଯାଏଁ ଅନୁଷ୍ଠିତ ହୋଇଥିଲା।

[amazon_auto_links id=”9939″]

Also Read | Odisha Examination: ଓଡ଼ିଶା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

Share this:

Leave a Reply

Your email address will not be published. Required fields are marked *