Dhenkanal Corona Report: ଢେଙ୍କାନାଳ ଜିଲ୍ଲାରେ କମୁଛି କରୋନା ସଂକ୍ରମଣ,ଆଜି ୩୦ଜଣ ଚିହ୍ନଟ
ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଦିନକୁ ଦିନ କମିବାରେ ଲାଗିଛି କରୋନା (Covid-19) ସଂକ୍ରମଣ। ଆଜି ନୂଆ ୩୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍ (Home Quarantine) ରୁ ୨୨ ଏବଂ ହସ୍ପିଟାଲରୁ ୮ଜଣ ଚିହ୍ନଟ ଅଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଛି।
ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲିମିରୁ ୨ଜଣ ଥିବାବେଳେ ଖଜୁରିଆ, କଙ୍କାଳୁ, ପାଇକ ପୁରୁଣାକୋଟ, ତର୍କାବେଡ଼ା ଏବଂ ଗିରିଧରପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।
ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୨ଜଣ ଥିବାବେଳେ ଷ୍ଟେସନ୍ ବଜାର, ହାଟରୋଡ଼ ଲକ୍ଷ୍ମୀବଜାରରୁ ଜଣେ ଲେଖାଏଁ ଅଛନ୍ତି।
ସଦର ବ୍ଲକ (Sadar Block) ରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଶଙ୍କୁଲେଇ, ଦୁଦୁକାଟେଣି, ଗଞ୍ଜେଇଡ଼ିହି, ସିମିଳିପାଟଣା ଏବଂ କୋରଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଗଁଦିଆ ବ୍ଲକର ରୁ ୩ଜଣ ଅଛନ୍ତି। ପିଙ୍ଗୁଆରୁ ୨ଜଣ ଏବଂ କୋସେଇଦାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୩ଜଣ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁସୁମଯୋଡି ଏବଂ ଗାଲୁକେଟଣୀରୁ ଜଣେ ଲେଖାଏଁ ଅଛନ୍ତି। ଓଡାପଡା ବ୍ଲକ (Oapada Block) ର ଗୁଣଦେଇରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଅଛନ୍ତି। ଗତକାଲି ଜିଲ୍ଲାରେ ୧୬୩୩ଜଣଙ୍କ ଟେଷ୍ଟିଂ ହୋଇଥିଲା। ମୋଟ ୩ ଲକ୍ଷ ୮୫ ହଜାର ୨୯୬ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ୧୯ ହଜାର ୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୫୨ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୩୭୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୧୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
Also Read | Odisha Covid Updates:ଆଜି ଓଡ଼ିଶାରେ ୧୬୧୫ଜଣ ପଜିଟିଭ ଚିହ୍ନଟ