IPL 2020 : ସେନ୍‌ ୱାଟସନ୍‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ କମାଲ, CSK ବିଜୟୀ

Share this:

ଦୁବାଇ: ସେନ୍‌ ୱାଟସନ୍‌ ‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ ଯୋଡି ରବିବାରର ରାତି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (KXIP) କୁ ପରାସ୍ତ କରିଛି।

ଫର୍ମ ରେ ନଥିବା ଏବଂ ପ୍ରଥମ ୪ ମ୍ୟାଚ୍‌ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ (Shane Watson) ରବିବାର କିନ୍ତୁ ଦମଦାର ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ଟି ବଲରୁ ୮୩ ରନ୍ କରି ଅପରାଜିତ ଥିଲେ। ସେହିପରି ସାଉଥ ଆଫ୍ରିକା ଅଧିନାୟକ ଫାପ୍ ଡୁ ପ୍ଲେସିସ୍ (Faf Du Plessis) ସମାନ ବଲ ଖେଳି ୮୭ ରନ ରେ ଅପରାଜିତ ଥିଲେ। ପ୍ରଥମ ୱିକେଟ୍ ପାଇଁ ୧୮୧ ରନ୍ କରି ଦଳକୁ ବିଜୟ କରିଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୪ ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା। ପଞ୍ଜାବ ଓପନିଙ୍ଗ ଯୋଡ଼ି କେଏଲ୍ ରାହୁଲ୍ (Kl Rahul) ଏବଂ ମୟଙ୍କ ଅଗ୍ରୱାଲ୍ (Mayank Agarwal) ଦଳକୁ ଭଲ ଆରମ୍ଭ ଦେଇଥିଲେ।

Also Read : IPL 2020: CSK ବ୍ୟାଟ୍ସମ୍ୟାନ୍ କୁ ପରବର୍ତ୍ତୀ ମ୍ୟାଚ୍ ରେ ଗ୍ଲୁକୋଜ ଖାଇ ବ୍ୟାଟିଂ କରିବାକୁ ଆସ ବୋଲି କହିଲେ ବିରେନ୍ଦ୍ର ସେହୱାଗ

Share this:

Leave a Reply

Your email address will not be published. Required fields are marked *