Russia Ukraine War Live News: ୟୁକ୍ରେନର ଦାବି ଯୁଦ୍ଧରେ ରୁଷ ୪୩୦୦ ସୈନ୍ୟ ଏବଂ ୧୪୬ ଟ୍ୟାଙ୍କ ହରାଇଛି

Share this:

ନୂଆଦିଲ୍ଲୀ: Russia Ukraine War Live Updates ରୁଷର ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚିନ୍ତା ପ୍ରକଟ କରିଛନ୍ତି ଯେ ଶୀଘ୍ର ରୁଷ ରାଜଧାନୀ କିଏଭକୁ କାବୁ କରିପାରେ। ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ୟୁକ୍ରେନ ଛାଡିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ସେ କହିଛନ୍ତି ଯେ ରୁଷ ବିରୋଧରେ ଲଢେଇ ଜାରି ରଖିବେ। ଏହି ସମୟରେ, ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧ ଆରମ୍ଭରୁ ୪୩୦୦ ସୈନିକଙ୍କର ମୃତ୍ୟୁ ହୋଇଛି।

ମିଡ଼ିଆ ଖବର ଅନୁସାରେ ୟୁକ୍ରେନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧ ଆରମ୍ଭରୁ ରୁଷ ଏପର୍ଯ୍ୟନ୍ତ ପ୍ରାୟ ୪୩୦୦ ସୈନିକ ଏବଂ ୧୪୬ ଟ୍ୟାଙ୍କ ହରାଇସାରିଛି। ସେ କହିଛନ୍ତି ଫିନଲ୍ୟାଣ୍ଡ ଏବଂ ଡେନମାର୍କ ସେମାନଙ୍କର ଏୟାର ସ୍ପେସ୍ ରୁଷ ପାଇଁ ବନ୍ଦ କରିବେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧକୁ ନେଇ ରୁଷ ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଆସନରୁ ବଞ୍ଚିତ ହେବା ଉଚିତ।

ଏଥି ସହିତ, ୟୁକ୍ରେନର ସରକାରୀ ପରିଚାଳିତ ୟୁକେ ଇନଫରମ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସୋମବାର ଦିନ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି ଏବଂ ଏହି ସମୟ ମଧ୍ୟରେ ଏକ ସ୍ୱତନ୍ତ୍ର ପାସ୍ ବିନା ଘରୋଇ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।

କିଏଭ ସହରର ରାଜ୍ୟ ପ୍ରଶାସନ ଏକ ବିବୃତ୍ତିରେ କହିଛି ଯେ ରବିବାର ସକାଳ ସୁଦ୍ଧା ରାଜଧାନୀ କିଏଭ ୟୁକ୍ରେନ ସୈନ୍ୟଙ୍କ ଅଧୀନରେ ଅଛି। ପ୍ରଶାସନର ପ୍ରଥମ ଡେପୁଟି ହେଡ୍ ମାଇକୋଲା ପୋଭୋରୋଜନିକ୍ କହିଛନ୍ତି ଯେ ରାଜଧାନୀ ୟୁକ୍ରେନ ସୈନ୍ୟଙ୍କ ଅଧୀନରେ ଥିବା ବେଳେ କିଏଭ ସହରରେ ସ୍ଥିତି ଶାନ୍ତ ରହିଛି। ଯଦିଓ ରାତିରେ ଦୁଇ ସେନା ମଧ୍ୟରେ ବହୁତ ସଂଘର୍ଷ ଲାଗି ରହିଥିଲା।  

Read Also | Russia Ukraine War Live Updates: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ରାଜଧାନୀ କିବ୍‌ ରୁ ପଳାୟନ: ରୁଷ ମିଡ଼ିଆ

Share this: