Covid Dhenkanal: ଢେଙ୍କାନାଳ ଜିଲ୍ଲାରୁ ଆଜି ୮୫ ନୂଆ ପଜିଟିଭ ଚିହ୍ନଟ,୨ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ (Covid-19) ସଂଖ୍ୟା । ଜିଲ୍ଲାରୁ ଆଜି ନୂଆ ୮୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୭୨ ଏବଂ ହସ୍ପିଟାଲରୁ ୧୩ଜଣ ଚିହ୍ନଟ ଅଛନ୍ତି। ଜିଲ୍ଲାରୁ ଆଜି ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି କାମାକ୍ଷାନଗର ବ୍ଲକ (Kamakhyanagar) ରୁ ୧୫ଜଣ ଚିହ୍ନଟଙ୍କ ମଧ୍ୟରୁ କାଳିଆହତା ଏବଂ ଶୋଗାରରୁ ୩ଜଣ ଲେଖାଏଁ ଥିବାବେଳେ ଅଁଳାବେରେଣୀ ଏବଂ ବାଇସିଂହାରୁ ୨ଜଣ ଲେଖାଏଁ ଅଛନ୍ତି। ସେହିପରି କନ୍ତିଓକାଟେଣି, ବାଙ୍ଗୁରା, ସିବୁଲାପଶି, ଜୟପୁରାକଟେଣି ଏବଂ ଦଶମାଣପାଟଣା ରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦକ୍ଷିଣକାଳିରୁ ୪ଜଣ ଥିବାବେଳେ କାଠଗଡ଼ା, ମହାବିରବଜାର ଏବଂ ଗୁଡିଆନାଳୀରୁ ୨ଜଣ ଲେଖାଏଁ ଅଛନ୍ତି। କାଞ୍ଚନବଜାର, ଗଣେଶବଜାର ଏବଂ ଦୂର୍ଗାବଜାରରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୧୧ଜଣଙ୍କ ମଧ୍ୟରୁ ହିନ୍ଦୋଳରୋଡ଼ ଏବଂ ଇନ୍ଦିପୁରରୁ ୨ଜଣ ଲେଖାଏଁ ଥିବାବେଳେ ସିମିନଇ, ଘଟିବିରି, ବଦାଳୁ, ମହେନ୍ଦ୍ରପୁର, ନୀଳାମ୍ବରପୁର, ଅକରାନ୍ତିପୁର ଏବଂ ଧଳପୁରରୁ ଜଣେ ଲେଖାଏଁ ଅଛନ୍ତି।

ଭୁବନବ୍ଲକ (Bhuban Blk) ରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ଲୋକାପାଲି ଏବଂ ବାଲିଝାଟିରୁ ୨ଜଣ ଥିବାବେଳେ ଅନନ୍ତପୁର, ନୂଆଟିପିଲେଇ, ଜଗନ୍ନାଥପୁର, ସୁବ୍ରତପୁର, ଜିରାଳ, ଯମୁନାକୋଟ ଏବଂ ବାରୁଆଁ (B) ରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି।  

ସଦର ବ୍ଲକ (Sadar Block) ରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଶଙ୍ଖୁଆରୁ ୨ଜଣ ଥିବାବେଳେ ଭାପୁର, ହରଡ଼ବେରେଣା, ସୁନ୍ଦରପଦା, ତରଭା, ରାହଳକାଟେଣି, ବେବାର୍ତାକାଟେଣି, ବଳଭଦ୍ରପୁର, ଶଙ୍କରପୁର ଏବଂ କାଇମାଟି ରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକରୁ ୭ଜଣଙ୍କ ମଧ୍ୟରୁ ସନ୍ଦରାପଶିପାଟେଣା, ଷଡଙ୍ଗୀ, ଗଁଦିଆ, ଅଙ୍କୁରଦା, ବଇଦକାଟେଣି, ବିଧାରପୁର ଏବଂ ଗଁଦିଆରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖଇରାପଶି, କୁଲେଇ, କଙ୍କିଳି, ବାରିହାପୁର, ଝଟିଆ ଏବଂ ପଥରଖମ୍ବରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ବାବନ୍ଧରୁ ୨ଜଣ ଥିବାବେଳେ ଇଲିରିସିଂହାରୁ ଜଣେ ଅଛନ୍ତି। କାମାକ୍ଷାନଗର NAC ରୁ ୩ଜଣ ଅଛନ୍ତି। କଙ୍କଡାହାଡ ବ୍ଲକରୁ ବିରାଶାଳ ଏବଂ କୋଇରତାନଗରରୁ ଜଣେ ଲେଖାଏଁ  ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୩୩୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୩ ହଜାର ୮୬୪ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୬୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୬ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୮୦୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୮୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୨ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Mobile ରେ Screen Guard ବ୍ୟବହାର କରୁଛନ୍ତି କି? ହୋଇପାରେ ବିପଜ୍ଜନକ!

Share this: