Covid-19 Odisha:ଓଡ଼ିଶାରେ ଆଜି ୪୨ଜଣ Corona ଆକ୍ରାନ୍ତଙ୍କ ମୃତ୍ୟୁ

Share this:

ଭୁବନେଶ୍ୱର: ଆଜି ଓଡ଼ିଶା (Odisha) ରୁ୪୨ଜଣ କରୋନା (Coronavirus) ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡରୁ ୪ଜଣ ମୃତ୍ୟୁବରଣ କରିଥିବାବେଳେ ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା ଏବଂ ସମ୍ବଲପୁରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଢେଙ୍କାନାଳ, ଜଗତସିଂପୁର, ଯାଜପୁର, କଳାହାଣ୍ଡି, ପୁରୀ ଏବଂ ନୟାଗଡରୁ ୨ ଜଣ ଲେଖାଏଁ ଥିବାବେଳେ କେଉଁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୦ ଲକ୍ଷ ୫୦ ହଜାର ୭୭୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୨୧ ହଜାର ୮୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୧୫୮ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୮୭ ହଜାର ୪୨୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାର ୨୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ଏଣିକି ଗର୍ଭବତୀ ମହିଳା ନେଇପାରିବେ Covid-19 ଟିକା, CoWin ରେ କରିପାରିବେ ପଞ୍ଜୀକରଣ

Share this: