Odisha: ପୁଣି ଆଜି ଓଡ଼ିଶାରୁ ୨୮୭୦ଜଣ Covid ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୨ହଜାର ୮୭୦ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୧୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୪୦ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୯ଜଣ, ବାଲେଶ୍ଵରରୁ ୨୪୦ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୨୮ଜଣ, ବଲାଙ୍ଗୀରିରୁ ୨୯ଜଣ, ବୌଦ୍ଧରୁ ୧୩ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୮୫ଜଣ, ଗଜପତିରୁ ୭ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂପୁରରୁ ୧୧୨ଜଣ, ଯାଜପୁରରୁ ୧୯୧ଜଣ, ଝାରସୁଗୁଡାରୁ ୫ଜଣ, କଳାହାଣ୍ଡିରୁ ୩୬ଜଣ, କନ୍ଧମାଳରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୫୭ଜଣ, କେଉଁଝରରୁ ୬୬ଜଣ, ଖୋର୍ଦ୍ଧାରୁ ୩୮୪ଜଣ, କୋରାପୁଟରୁ ୬୦ଜଣ, ମାଲକାନଗିରିରୁ ୫୭ଜଣ, ମୟୁରଭଞ୍ଜରୁ ୧୬୪ଜଣ, ନବରଙ୍ଗପୁରରୁ ୩୫ଜଣ, ନୟାଗଡ଼ରୁ ୧୦୫ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୬୫ଜଣ, ରାୟଗଡାରୁ ୫୦ଜଣ, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୮୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬୦ଜଣ ସଂକ୍ରମିତ ହୋଇଛନ୍ତି।

amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୦ ଲକ୍ଷ ୫୦ ହଜାର ୭୭୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୨୧ ହଜାର ୮୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୧୫୮ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୮୭ ହଜାର ୪୨୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାର ୨୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଏଣିକି ଗର୍ଭବତୀ ମହିଳା ନେଇପାରିବେ Covid-19 ଟିକା, CoWin ରେ କରିପାରିବେ ପଞ୍ଜୀକରଣ

[amazon_auto_links id=”9932″]

Share this: