Corona: ଓଡ଼ିଶାରୁ ଆଜି ୫୨୩୫ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୫ ହଜାର ୨୩୫ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୯୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୨୭୮  ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୨୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୭୭ଜଣ, ବାଲେଶ୍ଵରରୁ ୩୨୦ଜଣ, ବରଗଡ଼ରୁ ୧୧୮ଜଣ, ଭଦ୍ରକରୁ ୨୧୭ଜଣ, ବଲାଙ୍ଗୀରିରୁ ୪୧ଜଣ, ବୌଦ୍ଧରୁ ୮୩ଜଣ, କଟକରୁ ୫୫୭ଜଣ, ଦେଓଗଡ଼ରୁ ୧୪ଜଣ, ଢେଙ୍କାନାଳରୁ ୧୩୭ଜଣ, ଗଜପତିରୁ ୨୩ଜଣ, ଗଞ୍ଜାମରୁ ୭୭ଜଣ, ଜଗତସିଂପୁରରୁ ୧୪୮ଜଣ, ଯାଜପୁରରୁ ୩୯୪ଜଣ, ଝାରସୁଗୁଡାରୁ ୨୭ଜଣ, କଳାହାଣ୍ଡିରୁ ୪୮ଜଣ, କନ୍ଧମାଳରୁ ୩୭ଜଣ, କେଉଁଝରରୁ ୧୧୫ଜଣ, କୋରାପୁଟରୁ ୧୨୭ଜଣ, କେନ୍ଦ୍ରାପଡ଼ାରୁ ୨୩୭ଜଣ, ମୟୁରଭଞ୍ଜରୁ ୨୮୫ଜଣ, ମାଲକାନଗିରିରୁ ୫୮ଜଣ, ନବରଙ୍ଗପୁରରୁ ୧୮୬ଜଣ, ନୟାଗଡ଼ରୁ ୧୩୨ଜଣ, ନୂଆପଡ଼ାରୁ ୧୩ଜଣ, ପୁରୀରୁ ୨୩୪ଜଣ, ରାୟଗଡାରୁ ୧୨୯ଜଣ, ସମ୍ବଲପୁରରୁ ୬୬ଜଣ, ସୋନପୁରରୁ ୩୪ଜଣ, ସୁନ୍ଦରଗଡରୁ ୨୫୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୨୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୫ଲକ୍ଷ ୨୩ହଜାର ୨୪୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୪୨ହଜାର ୪୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୨୯୯ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୭୨ହଜାର ୯୭୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୬  ହଜାର ୨୨୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | SBI ଗ୍ରାହକ ସାବଧାନ! ବ୍ୟାଙ୍କ ATM ଚାର୍ଜ ନାମରେ ଆଦାୟ କରୁଛି ଟଙ୍କା

Share this: