Corona Virus Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୮୬ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ୮୬ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୭୦ଜଣ ଏବଂ ହସ୍ପିଟାଲ୍ ରୁ ୧୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଢେଙ୍କାନାଳ ପୌରାଞ୍ଚଳରୁ ୨୦ଜଣ ଚିହ୍ନଟଙ୍କ ମଧ୍ୟରୁ ଟାଉନ ପ୍ଲାନିଂରୁ ୩ଜଣ, ହାଉସିଂ ବୋର୍ଡରୁ ୩ଜଣ, ସିନର୍ଜିକଲେଜରୁ ୩ଜଣ,ଷ୍ଟେସନ୍ ବଜାରରୁ ୨ଜଣ, ତାରେଣୀ ନଗରରୁ ୨ଜଣ ଦକ୍ଷିଣକାଳୀରୁ, ପଧାନ ସାହିରୁ, ଦୋଳମଣ୍ଡପ ସାହିରୁ, ମିନାବଜାରରୁ ଏବଂ ଏଲଆଇସି କଲୋନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ବ୍ଲକରୁ ଚିହ୍ନଟ ୧୭ଜଣଙ୍କ ମଧ୍ୟରୁ ବ୍ରହ୍ମଣିପାଳରୁ ୨ଜଣ, ଧୁଣ୍ଡିନାଳିରୁ ୩ଜଣ, ବାହାନଦେଇ, କାରନ୍ଦା, କୁକୁଟା, କୁରୁମିଠା, କଲଣ୍ଡା, ଦୁଦୁରର୍କୋଟ, ବରଗୁଜ, କୃଷ୍ଣଚନ୍ଦନପୁର, ବାହାଲୁଣ୍ଡା, ଭକ୍ତପୁର, ବାବନ୍ଧ ଏବଂ ରାସୋଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଓଡ଼ାପଡା ବ୍ଲକରୁ ଚିହ୍ନଟ ୧୧ଜଣଙ୍କ ମଧ୍ୟରୁ ଶଙ୍କରପ୍ରତାପୁରରୁ ୬ ଜଣ, ଗୁଣ୍ଡିଚାପଡା, କାଣ୍ଡବିନ୍ଧା, ହରିପୁର, ଖୁଣ୍ଟିଝାରୀ ଏବଂ ସୁରଭିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭୁବନ ବ୍ଲକରୁ ଚିହ୍ନଟ ୭ଜଣଙ୍କ ମଧ୍ୟରୁ  ଜିରାଳ, କୁନିଦା, ଏକତାଳି, ଗୋଡା, କୃଷ୍ଣପୁର, ବାରୁଆଁ ଏବଂ ଜମୁନାକୋଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

amazon-adv

ସେହିପରି କାମାକ୍ଷାନଗର ବ୍ଲକରୁ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ କୋଟଗର (Kotagara) ରୁ ୨ଜଣ, ବାରୁହା, ଗୋରଦାବିଲି, ଭଇରୀପୁର, ଭାଗୀରଥୀପୁର ଏବଂ କୁସିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  କଙ୍କଡ଼ାହାଡ ବ୍ଲକରୁ ଚିହ୍ନଟ ୫ ଜଣଙ୍କ ମଧ୍ୟରୁ କଥାପାଳ, ମକୁଆକାଟେଣି, ଖଜୁରିଆ, କଇ ଏବଂ ରାହାଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକରୁ ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ବଣସିଂହ, ସାରିଆଁ, ଛନବଲୁଆ( Chhanabolua), ରଞ୍ଜା ଏବଂ ତେନ୍ତୁଳୀପାଟଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରୁ ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ନିହଲପ୍ରସାଦ,ଖଙ୍କର, ଦଧିଶିଙ୍ଗା,କଂକଲୁଣ୍ଡା ଏବଂ ମହିମାଗାଦିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  ଭୁବନ ଏନଏସିରୁ ୩ଜଣ, ହିନ୍ଦୋଳ ଏନଏସିରୁ ଚିହ୍ନଟ ୨ଜଣଙ୍କ ମଧ୍ୟରୁ SDH ରୁ ଏବଂ ନୂଆପାଣିସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକରୁ ୨ଜଣଙ୍କ ମଧ୍ୟରୁ କୁମୁସି ଏବଂ ବାଇଗଣିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

Also Read | Covid19 Odisha: ଆଜି ଓଡ଼ିଶାରୁ ୮୦୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this: