Coal Scam: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ; ମିଳିଲା ଜାମିନ

Share this:

ନୂଆଦିଲ୍ଲୀ: ଆଜି ରାୟ ଶୁଣାଇଛନ୍ତି ସ୍ପେଶାଲ ସିବିଆଇ କୋର୍ଟ (CBI Court)। କୋଇଲା ଖଣି ଆବଣ୍ଟନ ଦୁର୍ନୀତି (Coal Scam) ମାମଲାରେ ପୂର୍ବତନ କୋଇଲା ଖଣି ମନ୍ତ୍ରୀ ଦିଲ୍ଲୀପ ରାୟ(Dillip Ray) ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ। ଦିଲ୍ଲୀପ ରାୟଙ୍କ ସହ ଅନ୍ୟ ତିନି ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲ୍ଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅକ୍ଟୋବର ୬ ତାରିଖରେ ସ୍ଵତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସୂଚନାଯୋଗ୍ୟ, ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ।  ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ କୋର୍ଟକୁ ନିବେଦନ କରିଥିଲେ। ସିବିଆଇ ସ୍ଵତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ପୂର୍ବତନ କେନ୍ଦ୍ର ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Also Read | India: ଭାରତ ଅଧିକ ଶକ୍ତିଶାଳୀ ହେଉଛି, ଚୀନ୍ ପରେ ଏବେ ଆମେରିକା ମଧ୍ୟ ମାନିଲା

Share this:

Leave a Reply

Your email address will not be published. Required fields are marked *