By-Election Odisha: ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର

Share this:

କଟକ: ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜଗତ୍‍ସିଂହପୁର ଜିଲ୍ଲାର ତିର୍ତ୍ତୋଲ (Tirtol) ଓ ବାଲେଶ୍ୱର ସଦର (Baleshwar  Sadar) ବିଧାନସଭା ଉପନିର୍ବାଚନ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି।

ସମସ୍ତଙ୍କ ନଜରରେ ଥିବା ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି। ୩ଟିଯାକ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର ଜାରି ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଏବଂ ପ୍ରତାପ ଷଡ଼ଙ୍ଗୀ (Pratap Sarangi) ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତ (Manas Kumar Dutta) ଙ୍କ ପାଇଁ ରୋଡ୍‍ଶୋ’ରେ ଭାଗ ନେଇଛନ୍ତି। ବିଜେପି (BJP) ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଗତକାଲି ତିର୍ତ୍ତୋଲର ବିଭିନ୍ନ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।

ସେହିପରି ବିଜେଡ଼ି (BJD) ପକ୍ଷରୁ ସଅଁରାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଳରବରିଷ୍ଠ ନେତା ଶଶିଭୂଷଣ ବେହେରା, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଦଳ (Congress ) ପକ୍ଷରୁ ମଧ୍ୟ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ବିଜେଡି ପକ୍ଷରୁ ମନ୍ତ୍ରୀ ଏବଂ ବିଧାୟକମାନେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟରେ ସାମିଲ୍‍ ହୋଇଛନ୍ତି।

କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ମାଧ୍ୟମରେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ଭିକ୍ଷା କରିଛନ୍ତି।

Also Read | ବାରାମୁଲ୍ଲାରେ ଭାରତୀୟ ସେନା ଦ୍ୱାରା ଆୟୋଜିତ କପୋତ ଉଡ଼ାଣ ପ୍ରତିଯୋଗିତା

Share this: