ବାରାମୁଲ୍ଲାରେ ଭାରତୀୟ ସେନା ଦ୍ୱାରା ଆୟୋଜିତ କପୋତ ଉଡ଼ାଣ ପ୍ରତିଯୋଗିତା

Share this:

ବାରାମୁଲ୍ଲା (ଜାମ୍ମୁ କାଶ୍ମୀର): ଭାରତୀୟ ସେନାର ଡେଗର୍ ଡିଭିଜନ୍ (Dagger division) ଶାହ ଜୁର ରବ ରଖା କପୋତ ଗ୍ରୁପ୍ (Shah Zoor Rab Rakha Pigeon Group) ସହିତ ରବିବାର ଦିନ ଜାମ୍ମୁ କାଶ୍ମୀର (Jammu and Kashmir) ର ବାରାମୁଲ୍ଲା (Baramulla) ଜିଲ୍ଲାରେ ଏକ କପୋତ ଉଡ଼ାଣ ପ୍ରତିଯୋଗିତା ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ପ୍ରାୟ ୨୦ ଜଣ ଅଂଶଗ୍ରହଣ କରିଥିଲେ, ଯାହା କୋଟ୍ରା ବାଜି (Kotra Baazi) ନାମରେ ମଧ୍ୟ ଜଣାଶୁଣା। ପ୍ରତିଯୋଗିତା ଦୁଇଟି ବିଭାଗରେ ଗଠିତ ଥିଲା: କୋପତ ରେସିଂ ଯେଉଁ ପକ୍ଷୀ ସର୍ବାଧିକ ସମୟ ଉଡ଼ାଣ କରିପାରିବ ଏବଂ ସ୍ୱାସ୍ଥ୍ୟକର କପୋତର ଉପରେ ଆଧାର କରି ବିଜେତା ନିର୍ଣ୍ଣୟ କରିଥିଲା।  

ତୃତୀୟ ପୁରସ୍କାର ପାଇଥିବା ଜହିର ନିସାରଙ୍କ ସମେତ ଅନେକ ଅଂଶଗ୍ରହଣକାରୀ କପୋତ ପାଳକ ଥିଲେ। ନିସାର କହିଲେ ପ୍ରତିଯୋଗିତାମୂଳକ କପୋତ ଉଡ଼ାଣ ପାଇଁ ସେ ଉତ୍ସାହିତ ଏବଂ ଦୀର୍ଘ ଦିନ ଧରି ଏହି କଳାକୁ ସେ ସମ୍ମାନିତ କରିଆସୁଛିନ୍ତି। ଏହି କାର୍ଯ୍ୟକ୍ରମର ସହ-ଆୟୋଜକ ଆବିଦ୍ ସଲାମ କହିଛନ୍ତି ଯେ ଉଡ଼ୁଥିବା କପୋତମାନେ ଶାନ୍ତିର ପ୍ରତୀକ ଅଟନ୍ତି ଏବଂ ସେ ଆଶା କରିଥିଲେ ତାଙ୍କ ଜିଲ୍ଲା ଶାନ୍ତି ଏବଂ କପୋତ ଉଡ଼ାଣ ପାଇଁ ପରିଚିତ ହେଉ।

ପ୍ରତିଯୋଗିତାର ବିଚାରପତି ବିଲାଲ ୱାର ଅନୁଯାୟୀ, ଉତ୍ସାହୀମାନେ ପୂର୍ବରୁ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଟଙ୍କା ଜମା କରୁଥିଲେ। ଭାରତୀୟ ସେନାର ସମ୍ପ୍ରତି ସହଯୋଗରେ ଆହୁରି ଅନେକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ୱାର ଏହା ମଧ୍ୟ କହିଲେ ଯେ ସେ ଗତ ୧୮ ବର୍ଷ ଧରି କପୋତ ପାଳନ କରିଆସୁଛିନ୍ତି। ସରକାରଙ୍କ ଦ୍ଵାରା ସମର୍ଥିତ ଏଭଳି ପ୍ରତିଯୋଗିତାକୁ ସେ ପ୍ରଥମ ଥର ଦେଖୁଛନ୍ତି। ପୂର୍ବରୁ ୫ ହଜାର ରୁ ୧୦ ହଜାର ଟଙ୍କା ଏକାଠି ପୁଲ କରି ଏହି ପ୍ରତିଯୋଗିତାକୁ ଅଳ୍ପ ପରିମାଣରେ ଆୟୋଜନ କରୁଥିଲେ। କପୋତ ପ୍ରଜନକଙ୍କ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ସେନା ଏହି ପଦକ୍ଷେପ ନେଇଥିବାରୁ ସେ ଖୁସି ବୋଲି ବ୍ୟକ୍ତ କରିଛନ୍ତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କପୋତ ପାଳିବା କେବଳ ଏକ ଇଚ୍ଛା ନୁହେଁ ବରଂ ଜୀବିକା ନିର୍ବାହର ମାଧ୍ୟମ ଭାବରେ ମଧ୍ୟ ନିଆଯାଇପାରିବ ଏବଂ ଏକ ଯୁଗଳ ପକ୍ଷୀ ୫୦ ହଜାର ଟଙ୍କାରେ ବିକ୍ରି ହୋଇପାରେ।

Also Read| NAG : ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା

Share this: