Covid19 Angul : ଅନୁଗୋଳ ଜିଲ୍ଲାରୁ ନୂଆ ୧୨୭ କରୋନା ପଜିଟିଭ ଚିହ୍ନଟ; ମୋଟ ୮୩୩୮

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): କରୋନା (Covid -19) ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଦିନକୁଦିନ କମୁଛି କିନ୍ତୁ ଅନୁଗୋଳ ଜିଲ୍ଲାରେ ବଢୁଛି। ରବିବାର ଦିନ  ଜିଲ୍ଲାରୁ ନୂଆ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୮ ହଜାର ୩୩୮ ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ କରୋନାରେ ଆକ୍ରାନ୍ତ ମୃତକଙ୍କ ମୋଟ ସଂଖ୍ୟା ୧୯ ରେ ପହଞ୍ଚିଛି।

 ରବିବାର ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୧ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୨୪ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୬ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୪ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୨ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୦ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୮ ଜଣ, ତାଳଚେର ପୌରାଞ୍ଚଳରୁ ୭ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ଏବଂ  କିଶୋରନଗର ବ୍ଳକ୍ ଅଞ୍ଚଳରୁ ୨ଜଣ ଅଛନ୍ତି।  

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ରବିବାର ଅନୁଗୁଳ ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ କୋଭିଡ ହସପିଟାଲରୁ ଏବଂ ୧୦୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | RBI Governor : ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *