RBI Governor : ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ

Share this:

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank  Of  India) ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ (Shaktikanta Das) ଙ୍କୁ ଡାକ୍ତରୀ ପରୀକ୍ଷାରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ତାଙ୍କର କରୋନା ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ମୁଁ ବହୁତ ଭଲ ଅନୁଭବ କରୁଛି। ଏହି ସମୟରେ ସେ ନିଜକୁ ଅଲଗା କରିଛନ୍ତି। ନିକଟ ଅତୀତରେ ତାଙ୍କ ଯୋଗାଯୋଗରେ ଥିବା ଲୋକଙ୍କୁ ସଜାଗ ରହିବାକୁ କହିଛନ୍ତି। ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଚାଲିବ ଏବଂ ସେ ବିଚ୍ଛିନ୍ନ ଭାବରେ ଘରୁ କାର୍ଯ୍ୟ ମଧ୍ୟ ଜାରି ରଖିବେ।

ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଚାଲିବ। ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ଣ୍ଣର୍ ଏବଂ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବି।

Also Read | Mann Ki Baat : ଭାରତର ‘ପେନସିଲ ଗାଁ’ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଏମିତି କଥା

Share this: