Blast: ପାକିସ୍ତାନର ପେଶୱାରର ମଦ୍ରାସା ନିକଟରେ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ, ୭୦ ଆହତ

Share this:

ପେଶୱାର: ପାକିସ୍ତାନର ପେଶୱାର (Peshawar ) ର ଡାର କଲୋନୀରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମଦ୍ରାସା ନିକଟରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୭୦ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ବିସ୍ଫୋରଣର କାରଣ ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ ଚାଲିଥିବା ବେଳେ ବିସ୍ଫୋରଣରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବ୍ୟବହୃତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ପୋଲିସ ଦଳ ପ୍ରମାଣ ସଂଗ୍ରହ କରୁଛନ୍ତି ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି। ଏହି ବିସ୍ଫୋରଣରେ ପାଞ୍ଚ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ଗତ ଏକ ସପ୍ତାହ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ। ନିକଟରେ ପାକିସ୍ତାନର କରାଚି ସହରରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଗୁଲଶାନ-ଇ-ଇକବାଲର କରାଚି ବିଶ୍ୱବିଦ୍ୟାଳୟ ମୁସ୍କାନ ଫାଟକ ସମ୍ମୁଖରେ ଥିବା ୪ ମହଲା କୋଠାରେ ବିସ୍ଫୋରଣ ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ପୋଲିସ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ନିଶ୍ଚିତ କରି ନାହିଁ। ପାକିସ୍ତାନୀ ଗଣମାଧ୍ୟମରେ  ଏହି ଖବର ପ୍ରକାଶ ପାଇଛି।

Also Read | Covid-19 Vaccine: ଖୁବ ଶୀଘ୍ର Covaxin ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭୁବନେଶ୍ୱରରେ

Share this: