Covid-19 Odisha:ରାଜ୍ୟରୁ ଆଜି କରୋନାରେ ୧୪ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୦୬୮

Share this:

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮ହଜାର ୧୫ଜଣ କରୋନା (Corona) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ହଜାର ୫୬୮ଜଣ ସଂକ୍ରମିତ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ବାକି ୩ହଜାର ୪୪୭ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨ରେ ପହଞ୍ଚିଛି।

ଏଥିସହିତ ଗତ ୨୪ଘଣ୍ଟା ମଧ୍ୟରେ ୧୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାୟଗଡାରୁ ସର୍ବାଧିକ ୪ଜଣ ଥିବାବେଳେ କେନ୍ଦୁଝରରୁ ୨ଜଣ ଏବଂ ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତ୍‍ସିଂହପୁର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୨ହଜାର ୬୮କୁ ବୃଦ୍ଧିପାଇଛି।

ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ ଆଉ ୫ହଜାର ୬୩୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୯୧ହଜାର ୪୮ରେ ପହଞ୍ଚିଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି।

[amazon_auto_links id=”9932″]

Also Read | Odisha Lockdown: ଓଡିଶାରେ ଲକଡାଉନ୍ ଲାଗୁ, କଣ ରହିବ ଖୋଲା, କଣ ରହିବ ବନ୍ଦ

Share this: