Corona Vaccination: ଆସନ୍ତା କାଲିଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ହେବ:ବିଏମ୍‍ସି କମିଶନର

Share this:

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ଆସନ୍ତାକାଲିଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ହେବ ବୋଲି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ଶ୍ରୀ ଚୌଧୁରୀ ଟିକାକରଣ କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଓ ସ୍ଥିତିର ସମୀକ୍ଷା କରିଛନ୍ତି। ଟିକାକରଣ ପାଇଁ କୋ-ୱିନ ପୋର୍ଟାଲ (CoWin) ରେ ଏହି ବର୍ଗର ବ୍ୟକ୍ତି ପଞ୍ଜୀକରଣ କରିବାକୁ ସେ ଅନୁରୋଧ କରିଛନ୍ତି । ଟିକାକରଣ କେନ୍ଦ୍ରକୁ ନ ଆସି ପୋର୍ଟାଲ୍‍ ମାଧ୍ୟମରେ ପଞ୍ଜୀକରଣ କରନ୍ତୁ। ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଭୁବନେଶ୍ୱର ମହାନଗର ଅଂଚଳରେ ଭ୍ୟାକସିନ୍‌ର ଅଭାବ ନାହିଁ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଗତକାଲି କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ନାହିଁ। ଏବେ ଆମ ପାଖରେ ୫୩୧ ଆଇସିୟୁ, ୮୩୬ ଏଚଡିୟୁ ଓ ୨୧୮୬ ସାଧାରଣ ଶଯ୍ୟାକୁ ମିଶାଇ ୩ ହଜାର୫୫୩ ଶଯ୍ୟା ରହିଛି।

ଅପରପକ୍ଷରେ ଲକ୍ଷଣ ଦେଖାଦେଲେ ପରୀକ୍ଷା କରାନ୍ତୁ। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ଅଛି। ଏହାସହ ୨୪ଟି ସିଏଚସି ଏବଂ ପିଏଚସିରେ ମଧ୍ୟ କୋଭିଡ୍ ଟେଷ୍ଟ କରାଯାଉଛି। ଆଜି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ପାଇଁ ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏଲ  କରାଯାଇଛି।

Also Read | Odisha Lockdown: ଓଡିଶାରେ ଲକଡାଉନ୍ ଲାଗୁ, କଣ ରହିବ ଖୋଲା, କଣ ରହିବ ବନ୍ଦ

[amazon_auto_links id=”9939″]

Share this: