Corona Pandemic: ବିଶ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ସଫଳ:କେନ୍ଦ୍ରସ୍ଵାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ମହାମାରୀ (Corona Pandemic) ମୁକାବିଲା କ୍ଷେତ୍ରରେ ଭାରତ (India) ର ସଫଳତା ସାରା ବିଶ୍ୱ (World) ରେ ଆଜି ଚର୍ଚ୍ଚାର ବିଷୟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ (Dr. Harsha Vardhan) କହିଛନ୍ତି।
ସୂଚନାଯୋଗ୍ୟ ଏକ ଘରୋଇ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି କରୋନା ବିରୋଧରେ ଲଢେଇକୁ ଇତିମଧ୍ୟରେ ୧ ବର୍ଷ ୨ ମାସ ବିତିଗଲାଣି। ଦେଶବାସୀ ଏଇ ଯୁଦ୍ଧର ମୁକାବିଲା ଦିଗରେ ଅଦ୍ଭୂତପୂର୍ବ ସଫଳତା ପାଇସାରିଛନ୍ତି। କରୋନା ମୁକାବିଲାରେ ଭାରତ ବିଶ୍ୱଗୁରୁ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଭାରତର ଉଦ୍ୟମରେ ୨ଟି କରୋନା ପ୍ରତିଷେଧକ ଟିକା (Corona Vaccine) ଉଦ୍ଭାବନ କରାଯାଇ ତାହାର ବ୍ୟବହାର କରାଯାଉଛି। ଆହୁରି ୬ ରୁ ୭ ପ୍ରକାରର ପ୍ରତିଷେଧକ ଟିକା ଉଦ୍ଭାବନ ପ୍ରତୀକ୍ଷାରେ ରହିଛି। ଇତିମଧ୍ୟରେ ୫୦ରୁ ଅଧିକ ଦେଶକୁ ଭାରତ ପ୍ରତିଷେଧକ ଟିକା ଉପଲବ୍ଧ କରାଇପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରହିଛି। ଏହାର ସେପରି କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ। ସମସ୍ତେ ବିନା ଦ୍ୱିଧାରେ ପ୍ରତିଷେଧକ ନେବାକୁ ସେ ଅନୁରୋଧ କରିଛନ୍ତି।
ଦେଶରେ କରୋନା ନିୟନ୍ତ୍ରଣରେ ରହିଛି। ଏହା ସତ୍ତ୍ୱେ ଆମ ସମସ୍ତଙ୍କୁ କରୋନା ସଂକ୍ରାନ୍ତ ସମସ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଜାରି ରଖିବାକୁ ପଡ଼ିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୁଆ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏବେ ବିଭିନ୍ନ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ନେଇ ମନ୍ତ୍ରୀ କହିଛନ୍ତି ଜନଗହଳିକୁ ନିୟନ୍ତ୍ରଣ କରାଯିବା ସହ ନମୂନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବା ଉଚିତ୍। ଏହାଦ୍ୱାରା କରୋନା ସଂକ୍ରମିତଙ୍କ ସଂଖ୍ୟା ରୋକାଯାଇପାରିବ। କିନ୍ତୁ ଏ କ୍ଷେତ୍ରରେ କଦାପି ଖାମଖିଆଲି ମନୋଭାବ ପୋଷଣ ନ କରିବାପାଇଁ ଶ୍ରୀ ହର୍ଷବର୍ଦ୍ଧନ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି।
[amazon_auto_links id=”10233″]
Also Read | ICMR ଓ Bharat Biotech କୋଭାକ୍ସିନ ଟିକାର କୋଭିଡ୍ ବିରୋଧରେ ପ୍ରତିରୋଧ ଦକ୍ଷତା ୮୧ ଶତାଂଶ ପ୍ରମାଣିତ