Corona Vaccine: ଏଥର ନେଇପାରିବେ ୨୪ ଘଣ୍ଟିଆ କରୋନା ଟୀକା

COVID-19-vaccine

ନୂଆଦିଲ୍ଲୀ: କୋଭିଡ୍‍ ଟିକାକରଣ (Corona Vaccine) ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୪ ଘଣ୍ଟିଆ ଟିକାଦାନକୁ ଅନୁମତି ଦେଇଛନ୍ତି। ଯୋଗ୍ୟ ହିତାଧିକାରୀ ସେମାନଙ୍କ ସୁବିଧା ଅନୁଯାୟୀ ଯେକୌଣସି ସମୟରେ ହସ୍ପିଟାଲ୍‍ ବା ଟିକାଦାନ କେନ୍ଦ୍ରକୁ ଯାଇ କୋଭିଡ୍‍ ଟିକା (Corona Vaccine) ନେଇପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ (Minister Dr. Harsh Vardhan) କହିଛନ୍ତି।

ବର୍ତ୍ତମାନ ଟିକାଦାନ ପାଇଁ ସକାଳ ୯ରୁ ଅପରାହ୍ଣ ୫ଟାଯାଏ ସମୟସୀମା ହଟାଇ ଦିଆଯାଇଛି। ଏ ନେଇ ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲ୍‍ଗୁଡ଼ିକୁ ଜଣାଇ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଲୋକଙ୍କ ସମୟ ଏବଂ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ଦୁଇଦିନ ମଧ୍ୟରେ ୫ଲକ୍ଷ ୯୪ହଜାର ଲୋକ ଟିକା ନେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୧କୋଟି ୫୬ଲକ୍ଷ ଲୋକ କରୋନା ଟିକା ନେଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

Also Read | Similipal: ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ଲିଭା କାର୍ଯ୍ୟରେ ଲାଗିଛି ୪୦ ଦମକଳ

Share this:

Leave a Reply

Your email address will not be published. Required fields are marked *