Angul News: ଅନୁଗୋଳ ଜିଲ୍ଲା ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡରେ ଜଣେ ମୃତ

Share this:

ଅନୁଗୋଳ: ଅନୁଗୋଳ  ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡ। ରାତି ସାଢେ ୮ ଟା ସମୟରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ରନ୍ତଲେଇ ଗାଁର ଦୁଇ ଭାଇ ଦୁଷ୍ମନ୍ତ ସେନାପତି ଏବଂ ଦୁଃଶାସନ ସେନାପତି ଛିଡା ହୋଇଥିବା ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଦୁଷ୍ମନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଦୁଷ୍ମନ୍ତଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ହତ୍ୟା କରିଥିଲେ।। ଦୁଃଶାସନ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟ ଗୁଳି ଓ ଭୁଜାଲି ଚୋଟ ଯୋଗୁଁ ଦୁଷ୍ମନ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁଃଶାସନ ଙ୍କ ଦେହରେ ମଧ୍ୟ ଗୁଳି ବାଜିବା ଯୋଗୁଁ ସେ ଗୁରୁତର ଅଛନ୍ତି। ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିଛି। ତେବେ ଆକ୍ରମଣକାରୀର ପରିଚୟ ଅସ୍ପଷ୍ଟ ରହିଛି। ମେଡିକାଲରେ ଥିବା ଦୁଃଶାସନ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି।

Also Read | Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

Share this: