ଆଜି ଅନୁଗୋଳ ଜିଲ୍ଲାରୁ ୯ କରୋନା ପଜିଟିଭ ଚିହ୍ନଟ,ମୋଟ ୫୭୯
ଅନୁଗୋଳ:ଅନୁଗୋଳ ଜିଲାରୁ ଆଜି ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ଓ କିଶୋରନଗର ବ୍ଲକର ୪ ଜଣ ଲେଖାଏଁ ଓ ବଅଁରପାଳ ବ୍ଲକର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯାଥାକ୍ରମେ ୨୫,୨୬,୨୮ ଓ ୪୨ ବର୍ଷ ଅଟେ। କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୩୦ ଓ ୧୮ ହୋଇଥିବା ବେଳେ ୨ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୦ ଓ ୩୫ ବର୍ଷ ଅଟେ। ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି।
ସେହି ପରି ବଅଁରପାଳ ବ୍ଲକ ଅଞ୍ଚଳର ଏକ ଶିଳ୍ପାଞ୍ଚଳରୁ ଜଣେ ୪୪ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସିପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି।
ଏହି ୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କର ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ଅନୁଗୁଳ ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ତାଳଚେରର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୯୨ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୧ରେ ପହଁଚିଛି।
Also Read
ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ
SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ
ଦଳରେ ୪୫ ସଚିବ ଏବଂ ୪୧ ଯୁଗ୍ମ ସଚିବଙ୍କୁ ନିଯୁକ୍ତ କଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ