କରୋନା କାର୍ଯ୍ୟରେ ମୃତ ଶିକ୍ଷକଙ୍କ ପରିବାରକୁ ମିଳିବ ସରକାରୀ ସହାୟତା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Share this:

ଭୁବନେଶ୍ୱର:କରୋନା ମହାମାରୀ ସମୟରେ ରାଜ୍ୟର ଶିକ୍ଷକମାନେ ଆଗଧାଡ଼ିର କରୋନା ଯୋଦ୍ଧା ସାଜି ନିଜ ଜୀବନକୁ ବାଜିଲଗେଇ  ଲୋକମାନଙ୍କର ସେବା କରୁଅଛନ୍ତି। ଏ ସମୟରେ ରାଜ୍ୟର ୧୩ ଜଣ ଶିକ୍ଷକ ମୃତ୍ୟୁବରଣ କରିଛନ୍ତି। ସମ୍ପୃକ୍ତ ଶିକ୍ଷଙ୍କ ପରିବାରକୁ ସରକାରୀ ଆର୍ଥିକ  ସହାୟତା ଦିଆଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ୬୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀ କରୋନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ୧୩ ଜଣ ଶିକ୍ଷକଙ୍କର କରୋନା କାର୍ଯ୍ୟ ବେଳେ ମୃତ୍ୟୁ ଘଟିଛି। ବିଭାଗ ପକ୍ଷରୁ କର୍ମଚାରୀ ଶିକ୍ଷକଙ୍କ ବାସଭବନକୁ ଯାଇ ସେମାନଙ୍କ ପରିବାରକୁ ଆଶ୍ଵାସନା ଦେବାସହିତ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏଥିସହିତ ଅର୍ଥ ବିଭାଗ ପକ୍ଷରୁ ୪ ତାରିଖରେ ଜାରି ନିୟମାବଳୀ ଅନୁସାରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା’ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କ ପରିବାରର କେହି ନଥିବାରୁ କିଭଳି ଭାବେ ସହାୟତା ଦିଆଯିବ ସେ ଦିଗରେ ସରକାର ବିକଳ୍ପ ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Share this: