Bus Fare:ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା
ଭୁବନେଶ୍ଵର: ତୈଳଦର ବୃଦ୍ଧି କୁ ନେଇ ରାଜ୍ୟରେ ବସ ଭଡ଼ା (Bus Fare) ପୁଣି ଥରେ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ବର୍ତ୍ତମାନ ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୫ ପଇସା ବଢିଛି। ଅର୍ଡିନାରୀ ବସ୍ ଭଡ଼ା ୮୦ ପଇସାରୁ ଏବେ ୮୫ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୮୪ ପଇସାରୁ ଏବେ ହୋଇଛି ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା ୧.୧୧ ପଇସାରୁ ଏବେ ଏହା ବଢି ୧.୨୧ ପଇସାରେ ପହଞ୍ଚିଛି। ଏସି ବସ୍ ଭଡ଼ା ୧.୩୯ ପଇସାରୁ ଏବେ ତାହା ୧.୪୯ ପଇସା ହୋଇଛି। ସେହିପରି, ସୁପର ପ୍ରିମିୟର ବସ୍ ଭଡ଼ା ୨.୧୭ରୁ ୨.୩୨ ପଇସା ହୋଇଛି।
ସୂଚନାଯୋଗ୍ୟ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍କୁ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଇଥାଏ। ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍କୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସୁପାରିସ୍ କରିଥିଲା। କୋଭିଡ୍ ପାଇଁ ତାହା ଲାଗୁ ହୋଇ ନ ଥିଲା। ପ୍ରାୟ ଏକ ବର୍ଷ ବିଳମ୍ବରେ ଫେବ୍ରୁଆରି ୯ରେ ଏହାକୁ ଲାଗୁ କରାଯାଇଥିଲା।
ବର୍ଦ୍ଧିତ ବସ୍ ଭଡ଼ାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
[amazon_auto_links id=”10233″]
Also Read | Social Media: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କଲେ ୫ ବର୍ଷ ଜେଲ, ସତ୍ୟତା ଜାଣନ୍ତୁ