Ease of living index: ରହିବାପାଇଁ ସହର ବର୍ଗରେ ଭୁବନେଶ୍ୱର ଦ୍ୱିତୀୟ

Share this:

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର(Ministry of Housing & Urban Affairs) ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ ଆଜି ସହଜ ଜୀବନ ଧାରଣ ବା ଇଜ ଅଫ ଲିଭିଂ ସୂଚକାଙ୍କ (Ease of living index) ର ଚୂଡ଼ାନ୍ତ ରାଙ୍କିଙ୍ଗ ଘୋଷଣା କରିଛନ୍ତି। ଏଥିସହିତ ମନ୍ତ୍ରୀ ଶ୍ରୀ ପୁରୀ ନଗରପାଳିକା ସୂଚକାଙ୍କ (ଏମପିଆଇ) ୨୦୨୦ ର ମଧ୍ୟ ଘୋଷଣା କରିଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ଇଜ୍ ଅଫ ଲିଭିଂ ସୂଚକାଙ୍କ ୨୦୨୦ ର ଶ୍ରେଷ୍ଠ ସହର ତାଲିକା ଅନ୍ତର୍ଗତ ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ବର୍ଗରେ ସିମଲା ପଛକୁ ଭୁବନେଶ୍ୱର (Bhubaneswar) ଦ୍ୱିତୀୟ ସ୍ଥାନ ହାସଲ କରିଛି। ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ବଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛରୁ ପୁଣେ, ଅହମ୍ମଦାବାଦ, ଚେନ୍ନାଇ, ସୁରତ, ନଭି ମୁମ୍ବାଇ, କୋଏମ୍ବାଟୁର, ଭଡ଼ୋଦରା, ଇନ୍ଦୋର ଏବଂ ଗ୍ରେଟର ମୁମ୍ବାଇ ରହିଛନ୍ତି।

ସେହିପରି ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ତାଲିକାରେ ଶିମଲା ଓ ଭୁବନେଶ୍ୱର ପରେ ଯଥାକ୍ରମେ ସିଲଭାସା, କାକିନାଡ଼ା, ସାଲେମ, ଭେଲୋର, ଗାନ୍ଧୀନଗର, ଗୁରୁଗ୍ରାମ, ଦାବଣଗେରେ ଏବଂ ତିରୁଚିରାପଲ୍ଲୀ ରହିଛନ୍ତି।

ଦୁଇଟି ବର୍ଗରେ କରାଯାଇଥିବା ଇଓଏଲଆଇ ସର୍ବେକ୍ଷଣରେ ମୋଟ ୧୧୧ ଟି ସହର ଅଂଶଗ୍ରହଣ କରିଥିଲେ। ଏସବୁ ସହରରେ ୨୦୨୦ରେ ଏକ ଆକଳନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା।  ସ୍ମାର୍ଟ ସିଟି (Smart City)  କାର୍ଯ୍ୟକ୍ରମ ଅନ୍ତର୍ଗତ ଦଶ ଲକ୍ଷରୁ ଅଧିକ ଏବଂ ଦଶ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରଗୁଡ଼ିକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା।

ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରପାଳିକାଗୁଡ଼ିକ ମଧ୍ୟରେ ଇନ୍ଦୋର (Indore) ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଏହାପଛକୁ ସୁରତ (Surat) ଏବଂ ଭୋପାଳ (Bhopal) ରହିଛନ୍ତି। ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ନଗରପାଳିକା ମଧ୍ୟରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (NDMC) ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାପଛକୁ ତିରୁପତି ଓ ଗାନ୍ଧୀନଗର ରହିଛନ୍ତି। ୧୧୧ ଟି ନଗର ପାଳିକାକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ୨୦ଟି କ୍ଷେତ୍ର ଏବଂ ୧୦୦ ଟି ସଙ୍କେତକକୁ ନେଇ ପ୍ରଦର୍ଶନ ଆକଳନ କରାଯାଇଥିଲା। ଏହା ଅଧୀନରେ ସେବା, ଅର୍ଥ, ନୀତି, ପ୍ରଯୁକ୍ତି ଓ ପ୍ରଶାସନ ପାଞ୍ଚଟି ଭର୍ଟିକାଲ ପ୍ରତି ଧ୍ୟାନ ଦିଆଯାଇଥିଲା।

ଇଜ ଅଫ ଲିଭିଂ ଇଣ୍ଡେକ୍ସରେ ଜୀବନର ଗୁଣବତ୍ତା, ସହରାଞ୍ଚଳ ବିକାଶ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଭାବ ଆକଳନ କରାଯାଇଥିଲା। ଜୀବନର ଗୁଣବତ୍ତା, ସହରର ଆର୍ଥିକ କ୍ଷମତା, ସ୍ଥିରତା ଓ ନମନୀୟତା ଆଧାରରେ ଅଂଶଗ୍ରହଣକାରୀ ସହରଗୁଡ଼ିକ ସମ୍ପର୍କରେ ଜାଣିବା ଲାଗି ଏଥିରେ ପ୍ରୟାସ କରାଯାଇଥିଲା। ଏହି ମୂଲ୍ୟାଙ୍କନରେ ନାଗରିକ ଧାରଣା ସର୍ବେକ୍ଷଣ (ସିଟିଜେନ ପର୍ସେପ୍ସନ ସର୍ଭେ-ସିପିଏମ) ମାଧ୍ୟମରେ ସହରାଞ୍ଚଳ ପ୍ରଶାସନ ପକ୍ଷରୁ ଉପଲବ୍ଧ କରାଯାଇଥିବା ସେବା ସମ୍ପର୍କରେ ନାଗରିକମାନଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସର୍ଭେ କରାଯାଇଥିଲା।  ଏହାକୁ ୩୦ ପ୍ରତିଶତ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଓ ଆଶ୍ରୟ, ପରିବହନ, ୱାଶ୍ ଏବଂ ଏସଡବ୍ଲୁଏମ, ନିରାପତ୍ତା ଓ ସୁରକ୍ଷା, ଅବସର ବିନୋଦନ, ଆର୍ଥିକ ବିକାଶର ସ୍ତର, ଆର୍ଥିକ ସୁଯୋଗ, ପରିବେଶ, ସବୁଜ ପରିସର ଏବଂ ଅଟ୍ଟାଳିକା, ଇନ୍ଧନ ଉପଯୋଗ ଏବଂ ସହରର ସହନଶୀଳତା ଆଦିକୁ ନେଇ ୭୦% ପରିଣାମ ଆକଳନ କରାଯାଇଥିଲା।

[amazon_auto_links id=”9939″]

Also Read | Odisha Weather Report: ତିନି ଜିଲ୍ଲାରେ ୩୮.୫ ଡିଗ୍ରୀ ଉପରେ ତାପମାତ୍ରା

Share this:

Leave a Reply

Your email address will not be published. Required fields are marked *