Cyber Fraud Odisha: ପିଲା ପାଠପଢୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖନ୍ତୁ ନାହିଁ: ଆଇଟି ମନ୍ତ୍ରୀ

Share this:

ଭୁବନେଶ୍ଵର: Cyber Fraud In Odisha ଓଡ଼ିଶାରେ ଦିନକୁ ଦିନ ବଢିଚାଲିଛି ଅନ୍‍ଲାଇନ୍‍ ଠକେଇ (Online Fraud)। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏହି ସାଇବର ଠକେଇରୁ ମୁକ୍ତି ପାଇଁ ଅଭିଭାବକ ଓ ପିଲାମାନଙ୍କୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁସାରେ ବିଭାଗ ପକ୍ଷରୁ ପିଲା ପାଠପଢା ପାଇଁ ବ୍ୟବହାର କରୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ (Bank Account) ତଥ୍ୟ ନ ରଖିବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ପିଲାମାନେ ମୋବାଇଲ ବ୍ୟବହାର କରୁଥିବା ବେଳେ ଅଜାଣତରେ ଫ୍ରଡ଼ ସାଇଟ ଜାଲରେ ପଡୁଛନ୍ତି। ଅନେକ ଲିଙ୍କ (Link) ବ୍ୟବହାର କରିବା ଫଳରେ ତଥ୍ୟ ଚୋରି ହେଉଛି। ଏନେଇ ଗୃହ ବିଭାଗକୁ ଅନେକ ଅଭିଯୋଗ ଆସିଛି। ଏଣୁ ପିଲା ପାଠପଢା ପାଇଁ ବ୍ୟବହାର କରୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନ ରଖିବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ପାଇଁ ସମ୍ଭାବ୍ୟ ସାଇବର (Cyber Crime) ବିପଦ ବିଷୟରେ ଅବଗତ କରାଇ ଏକ ସୁରକ୍ଷିତ ଅନଲାଇନ୍ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Read Also | Railway Recruitment 2022 Advt: ବିନା ପରୀକ୍ଷାରେ ଭାରତୀୟ ରେଳବାଇରେ ଚାକିରି, ଜାଣନ୍ତୁ ଯୋଗ୍ୟତା କ’ଣ?

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *