Corona Updates India:ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ପାର
ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ କରୋନା (Corona) ସଂକ୍ରମଣ ଯୋଗୁଁ ୧୦୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଏହି ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି।
ଏହି ଅବଧି ମଧ୍ୟରେ, ନୂଆ ୭୯ ହଜାର ୪୭୬ ସଂକ୍ରମଣ ହୋଇଥିବାବେଳେ କରୋନା ସଂକ୍ରମଣର ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫ ରେ ପହଞ୍ଚିଛି। ସେହିପରି ନୂଆ ୭୫ ହଜାର ୬୨୮ ଜଣ ସୁସ୍ଥହୋଇଛନ୍ତି। ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୪ ଲକ୍ଷ ୨୭ ହଜାର ୭୦୭ କୁ ବୃଦ୍ଧି ପାଇଛି।
ଦେଶରେ କୋଭିଡ-୧୯ ମୃତ୍ୟୁହାର ହ୍ରାସ ପାଇ ୧. ୫୬ % ରହିଛି। ଏହା ହେଉଛି ବିଶ୍ୱର କୋଭିଡ ମୃତ୍ୟୁ ହାରଠାରୁ ଯଥେଷ୍ଟ କମ୍। ଆରୋଗ୍ୟ ହାର ବୃଦ୍ଧି ପାଇବା ଓ ମୃତ୍ୟୁହାର ହ୍ରାସ ପାଇବା ଯୋଗୁଁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟରେ ମଧ୍ୟ ହ୍ରାସ ଘଟିଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୪୪ହଜାର ରହିଛି।