Baba Ka Dhaba ସୋସିଆଲ ମିଡିଆରେ Viral ଖାଦ୍ୟର ସ୍ୱାଦ ନେବାକୁ ଲମ୍ବା ଲାଇନ, Zomato ରେ ମିଳବ ଖାଦ୍ୟ

Share this:

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ (Malviya) ନଗରରେ ଜଣେ ବୃଦ୍ଧଙ୍କ ଦ୍ୱାରା ପରିଚାଳିତ ଏକ ଛୋଟ ‘ବାବା କା ଢାବା'(Baba Ka Dhaba) ବର୍ତ୍ତମାନ ସୋସିଆଲ ମିଡିଆ ଯୋଗୁଁ ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିଛି।

ସୂଚନାନୁସାରେ, ମାଲଭିଆ ନଗରରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ଏବଂ ତାଙ୍କ ସ୍ତ୍ରୀ ରାସ୍ତା କଡ଼ରେ ଢାବା ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିକ୍ରୟ ତଥା କାର୍ଯ୍ୟରେ ଅସୁବିଧା ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଭାବପ୍ରବଣ ହୋଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ।

ଏହି ଭିଡିଓ ଏତେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା ଯେ ଲୋକମାନେ ବାବାଙ୍କୁ ସାହାଯ୍ୟ କରିବା ପାଇଁ ବାବାଙ୍କ ଢାବାରେ ପହଞ୍ଚି ‘ବାବା କା ଢାବା’ ରେ ମଟର ପନିର ଖାଇବାକୁ ଧାଡ଼ି ବାନ୍ଧିଥିଲେ।

ଏହା ଦ୍ୱାରା ଉତ୍ସାହିତ ହୋଇ ଢାବା ମାଲିକ କାନ୍ତ ପ୍ରସାଦ କହିଛନ୍ତି ଯେ କୋଭିଡ-୧୯ (COVID-19) ଲକଡାଉନ୍ ସମୟରେ ତାଙ୍କର କୌଣସି ବିକ୍ରୟ ନଥିଲା, କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସମଗ୍ର ଭାରତ ଆମ ସହିତ ଅଛି। ସେ କହିଛନ୍ତି ଯେ ୧୯୯୦ରୁ ସେ ଏହି ଖାଦ୍ୟ ଷ୍ଟଲ ଚଳାଉଛନ୍ତି।

ବର୍ତ୍ତମାନ ‘ବାବା କା ଢାବା’ ବର୍ତ୍ତମାନ ଜୋମାଟୋ (Zomato) ରେ ମଧ୍ୟ ତାଲିକାଭୁକ୍ତ।  ଏଭଳି ପରିସ୍ଥିତିରେ ଲୋକମାନେ ଯେତେବେଳେ ଚାହିଁବେ ‘ବାବା କା ଢାବା’ରୁ ଖାଦ୍ୟ ଅର୍ଡର କରିପାରିବେ। ଜୋମାଟୋ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Minister of Petroleum & Natural Gas and Minister of Steel) ଟ୍ଵିଟ କରି ସୋସିଆଲ ମିଡିଆର ଶକ୍ତି ଦ୍ଵାରା ସାଧାରଣ ଭାରତୀୟଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦେଖି ଖୁସି। ସେ ‘ବାବା କା ଢାବା’ ଏବଂ ତାଙ୍କ ପରି ଅନ୍ୟାନ୍ୟ ଛୋଟ ବ୍ୟବସାୟକୁ ସମର୍ଥନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Also Read |ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲା ଜନଆନ୍ଦୋଳନରେ ସାମିଲ ହେବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *