Fast Foods: ଅନୁସନ୍ଧାନରୁ ଜଣାପଡିଛି ଫାଷ୍ଟଫୁଡର ସୁଗନ୍ଧ ଅଧିକ ଆକର୍ଷିତ କରିଥାଏ

Share this:

ମନୁଷ୍ୟର ପୂର୍ବପୁରୁଷମାନେ ଭୋକକୁ ଏଡାଇବା ପାଇଁ ଉଚ୍ଚ କ୍ୟାଲୋରୀ (Calories) ଯୁକ୍ତ ଖାଦ୍ୟ ସେବନ କରିବାକୁ ସୁଗନ୍ଧ ଦ୍ଵାରା ଖାଦ୍ୟର ଅନୁସନ୍ଧାନ କରୁଥିଲେ। ଏହି ଦକ୍ଷତା ହେତୁ, ଆମେ ବର୍ତ୍ତମାନ ଫାଷ୍ଟଫୁଡ୍ ଗନ୍ଧ କୁ ବେଶୀ ମନେ ରଖିଥାଉ। ନେଦରଲ୍ୟାଣ୍ଡର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଅନୁସନ୍ଧାନରେ ଅଂଶଗ୍ରହଣକାରୀମାନେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ତୁଳନାରେ ଉଚ୍ଚ କ୍ୟାଲୋରୀ ଫାଷ୍ଟଫୁଡ୍କୁ (Fast Food) ଅଧିକ ସ୍ମରଣ କରିପାରୁଛନ୍ତି।

ୱାଗେନିଙ୍ଗେନ୍ ବିଶ୍ୱବିଦ୍ୟାଳୟ (Wageningen University)ର ଅନୁସନ୍ଧାନକାରୀ ଦଳ ୫୧୨ ଅଂଶଗ୍ରହଣକାରୀଙ୍କୁ ଅଧ୍ୟୟନ କରିଥିଲେ। ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବାକୁ କୁହାଯାଇଥିଲା ଯେଉଁଠାରେ ଅନେକ କୋଠରୀ ଥିଲା। ଏହି କୋଠରୀରେ ଆଠ ପ୍ରକାରର ଖାଦ୍ୟ ସାମଗ୍ରୀ ରଖାଯାଇଥିଲା, ଯେଉଁଥିରୁ ସୁଗନ୍ଧ ଆସୁଥିଲା। ଯେତେବେଳେ ସେମାନେ ଏହି ଖାଦ୍ୟର ପାଖେ ପହଞ୍ଚିଲେ, ସେମାନେ ଖାଇଲେ କିମ୍ବା କେବଳ ଶୁଙ୍ଘିଲେ। ତା’ପରେ ସେମାନେ ନିଜ ପସନ୍ଦକୁ ଆଧାର କରି ଖାଦ୍ୟ ସାମଗ୍ରୀକୁ ମୂଲ୍ୟାଙ୍କନ କଲେ। ଏହି ନମୁନାଗୁଡ଼ିକରେ ସେଉ, ଆଳୁ ଚିପ୍ସ, କାକୁଡି ଏବଂ ଚକୋଲେଟ୍ ବ୍ରାଉନି (Chocolate Brownie) ରହିଥିଲା।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଅଂଶଗ୍ରହଣକାରୀମାନେ କୋଠରୀଗୁଡ଼ିକୁ ମନେ ରଖିଥିଲେ ଯେଉଁଥିରେ ଉଚ୍ଚ କ୍ୟାଲୋରୀ ଫାଷ୍ଟଫୁଡ୍ ରହିଥିଲା। କମ୍ କ୍ୟାଲୋରୀ ଖାଇବା ତୁଳନାରେ ଅଂଶଗ୍ରହଣକାରୀମାନେ ୨୭ ପ୍ରତିଶତ ଅଧିକ କ୍ୟାଲୋରୀ ଖାଦ୍ୟ ପସନ୍ଦ କରିଥିଲେ। ମିଠା କିମ୍ବା ଲୁଣିଆ ଫାଷ୍ଟଫୁଡ୍ ଶୁଙ୍ଘିବାର କ୍ଷମତା ଉପରେ କୋଣସି ପ୍ରଭାବ ପକାଇ ନଥିଲା।

ଏହା ଦର୍ଶାଏ ଯେ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟର ସୁଗନ୍ଧ ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ। ଏହି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରାଚୀନ କାଳରୁ ମଣିଷ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ଇଚ୍ଛା କରିଆସୁଥିଲା। ଏହି ବୈଜ୍ଞାନିକ ରିପୋର୍ଟ Scientific Report ପତ୍ରିକାରେ ପ୍ରକାଶିତ ହୋଇଛି।

Also Read| Baba Ka Dhaba ସୋସିଆଲ ମିଡିଆରେ Viral ଖାଦ୍ୟର ସ୍ୱାଦ ନେବାକୁ ଲମ୍ବା ଲାଇନ, Zomato ରେ ମିଳବ ଖାଦ୍ୟ

Share this:

Leave a Reply

Your email address will not be published. Required fields are marked *