ଘରର ବିବାଦ ଘରେ ରହିବାକୁ ଦିଆଯାଉ

Share this:

ମହାଭାରତ ଯୁଦ୍ଧ ଚାଲିଥାଏ। ଯୁଦ୍ଧର ୧୭ ତମ ଦିନରେ ଏକ ବିଚିତ୍ର ଦେଖିବାକୁ ମିଳିଥିଲା। ଏକ ସମୟରେ ଯୁଧିଷ୍ଠିର ଏବଂ କର୍ଣ୍ଣ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ଯୁଧିଷ୍ଠିର ପରାଜିତ ହୋଇଥିଲେ, କୋଣସି ପ୍ରକାରେ କର୍ଣ୍ଣଙ୍କଠାରୁ ରକ୍ଷା ପାଇ ତାଙ୍କ ଶିବିରକୁ ଫେରିଆସିଥିଲେ। ଅର୍ଜୁନ ମଧ୍ୟ ତାଙ୍କ ବଡ ଭାଇଙ୍କର ଅବସ୍ଥା ବିଷୟରେ ଜାଣିଥିଲେ।

ପରାଜୟରୁ ଯୁଧିଷ୍ଠିର ଦୁଃଖିତ ହେଲେ, ସେହି ଦୁଃଖରେ ସେ ଅର୍ଜୁନ ଏବଂ ତାଙ୍କ ଗାଣ୍ଡିବ ଧନୁକୁ ବ୍ୟଙ୍ଗ କରି କହିଥିଲେ ଯେ ତୁମେ ଏବଂ ତୁମର ଗାଣ୍ଡିବ ଥାଇ ମଧ୍ୟ କିଭଳି ମୁଁ କର୍ଣ୍ଣଙ୍କ ଠାରୁ ହା ରିଗଲି?  ଏହା ଶୁଣି ଅର୍ଜୁନ ରାଗିଗଲେ, ହଠାତ ସେ ଖଣ୍ଡା ବାହାର କରିଥିଲେ ଏବଂ ତାଙ୍କ ବଡ଼ ଭାଇ ଯୁଧିଷ୍ଠିରଙ୍କୁ ହତ୍ୟା କରିବାକୁ ଭାବିନେଲେ। ଶ୍ରୀକୃଷ୍ଣ ମଧ୍ୟ ଏହି ଦୃଶ୍ୟକୁ ଚୁପଚାପ  ଦେଖୁଥିଲେ। ସେ ଅର୍ଜୁନଙ୍କୁ ପଚାରିଲେ ତୁମେ କଣ କରୁଛ?

ଅର୍ଜୁନ ଉତ୍ତର ଦେଲେ ଯେ ବହୁ ବର୍ଷ ପୂର୍ବେ ମୁଁ ଏକ ପ୍ରତିଶ୍ରୁତି ଦେଇଥିଲି ଯେ ଯଦି କେହି ମୋର ଗାଣ୍ଡିବ ଧନୁକୁ ଅପମାନ କରନ୍ତି, ତେବେ ମୁଁ ତାଙ୍କୁ ହତ୍ୟା କରିବି। ଶ୍ରୀକୃଷ୍ଣ ଜାଣିଥିଲେ ଯେ ଯଦି ଏହି ଘଟଣା ଶିବିର ବାହାରକୁ ଚାଲିଯାଏ ତେବେ ପାଣ୍ଡବମାନେ ମଧ୍ୟ କୁରୁକ୍ଷେତ୍ର ଧର୍ମଯୁଦ୍ଧରେ ପରାସ୍ତ ହୋଇପାରନ୍ତି। ସେନାର ମନୋବଳ ଭାଙ୍ଗିପାରେ।

ଭାଇମାନଙ୍କ ବିବାଦର ଅନ୍ତ ଘଟାଇବାକୁ ଶ୍ରୀକୃଷ୍ଣ ଶୀଘ୍ର ଏକ ଉପାୟ କଲେ। ସେ ଅର୍ଜୁନଙ୍କୁ କହିଥିଲେ ଯେ ହେ! ପାର୍ଥ, ଶାସ୍ତ୍ର ରେ କୁହାଯାଇଛି ଯେ ଯଦି ବଡ ଲୋକଙ୍କୁ ତୁ କରି କି ଡାକ କିମ୍ବା ସେମାନଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କର, ତେବେ ଏହା ସେମାନଙ୍କୁ ହତ୍ୟା କରିବା ଭଳିହିଁ ହେବ। ତୁମେ ତୁମର ବଡ଼ ଭାଇ ସହିତ କଥା ହୁଅ, ତାଙ୍କୁ ସମାଲୋଚନା କର।

ଶ୍ରୀକୃଷ୍ଣଙ୍କ କଥା ଶୁଣି ଅର୍ଜୁନ ଯୁଧିଷ୍ଠିରଙ୍କୁ ୧୩ ଥର ସମାଲୋଚନା କରିଥିଲେ। ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ତୁମେ ଜୁଆ ଖେଳିଛ, ତୁମ ପାଇଁ ଆମେ ଜୁଆରେ ହାରିଗଲୁ, ତୁମ କାରଣରୁ ଦ୍ରୌପଦୀ ଅପମାନ ପାଇଲେ। ଏହିପରି ଭାବରେ ଅର୍ଜୁନଙ୍କ ମନ ଶାନ୍ତ ହେଲା ଏବଂ ତାଙ୍କର ସଂକଳ୍ପ ମଧ୍ୟ ପୂରଣ ହେଲା। ଏହି ଘଟଣା ଯୁଧିଷ୍ଠିରଙ୍କ ଶିବିରରେ ଶେଷ ହୋଇଥିଲା। ଉପଯୁକ୍ତ ସ୍ଥାନରେ ଉଚିତ ନିଷ୍ପତି ନେଇକି ଶ୍ରୀ କୃଷ୍ଣ ଦୁଇ ଭାଇଙ୍କ ବିବାଦକୁ ସମାଧାନ କରିଥିଲେ।

ଏଥିରୁ ଆମେ ଶିକ୍ଷାକରିବାର ଅଛି, ଶ୍ରୀକୃଷ୍ଣ ଆମକୁ ବୁଝାଉଛନ୍ତି ଯେ ପରିବାରରେ ନିଶ୍ଚିତ ମତଭେଦ ହେବ, କିନ୍ତୁ ବିବାଦ ନିଜ ନିଜ ମଧ୍ୟରେ ବସି ସମାଧାନ ହେବା ଉଚିତ୍। ଯଦି ଏହା ଘର ପରିବେଶରୁ ବାହାରକୁ ଯାଏ ତେବେ ପରିବାରର ପ୍ରତିଷ୍ଠା ଗୋଟିଏ କ୍ଷଣରେ ମାଟିରେ ମିଶିଯାଏ। ସେଥିପାଇଁ ଘରୋଇ କଳହ କିମ୍ବା କୋଣସି ସଂଗଠନର ବିବାଦ ସେହି ପରିବାର କିମ୍ବା ସଂଗଠନ ଭିତରେହିଁ ବିବାଦକୁ ସମାଧାନ କରିବା ଉଚିତ। ଯାହାକି ଉଭୟ ପରିବାର କିମ୍ବା ସଂଗଠନ ପାଇଁ ଶୁଭକର ହୋଇଥାଏ।

Also Read| Eye Care Tips: ଲାପଟପରେ ଅଧିକ ସମୟ କାମ କରୁଛନ୍ତି କି? ଅନଲାଇନ ରେ ପଢୁଛନ୍ତି କି? ଚକ୍ଷୁର ଯତ୍ନ ଏପରି ନିଅନ୍ତୁ…

Share this:

Leave a Reply

Your email address will not be published. Required fields are marked *