ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

Share this:

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ରାଜନୀତିଜ୍ଞ ଏବଂ ସାହିତ୍ୟିକ ଶରତ କୁମାର କରଙ୍କ ୮୧ ବର୍ଷ ବୟସରେ ଆଜି ସୋମବାର ପରଲୋକ ହୋଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଶରତ କୁମାର କରଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି।

ଓଡ଼ିଶା ବିଧାନସଭାକୁ ସେ ୩ ଥର ନିର୍ବାଚିତ ହୋଇଥିଲେ।୧୯୭୧ ମସିହାରେ ଓଡ଼ିଶାର ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଥିଲେ। ଜନତା ପାର୍ଟି ଟିକେଟରେ ୧୯୭୭ ମସିହାରେ କଟକ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶା ବିଧାନସଭାର ୨୦୦୦ରୁ ୨୦୦୪ ଯାଏ ବାଚସ୍ପତି ଥିଲେ।

ସେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। ସେ ଚାରିଟି କବିତା ପୁସ୍ତକ, ଗୋଟିଏ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଛନ୍ତି।

Share this: